Below header

ସୋସିଆଲ ମିଡିଆ ଆକାଉଣ୍ଟକୁ ଅଲବିଦା କହିଲେ ଆମିର, ଜାଣନ୍ତୁ କ’ଣ ରହିଛି କାରଣ

ଅଭିନେତା ଆମିର ଖାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ବାଏ ବାଏ କହିଛନ୍ତି। ଟ୍ୱିଟର ଓ ଇନଷ୍ଟାଗ୍ରାମକୁ ଅଲବିଦା କରିଛନ୍ତି। ଆମିର ଖାନ ନିଜ ଜନ୍ମଦିନ ଶୁଭେଚ୍ଛା ପାଇଁ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇ ସୋସିଆଲ ମିଡ଼ିଆରୁ ଦୂରେଇ ଯିବାକଥା ଘୋଷଣା କରିଛନ୍ତି। ସେଥିପାଇଁ ନିଜର ଶେଷ ପୋଷ୍ଟ ସେୟାର କରି କହିଛନ୍ତି, ସେ ଏବେ ନିଜ ପ୍ରଶଂସକଙ୍କୁ ସେହିଭଳି କମ୍ୟୁନିକେଟ୍ କରିବେ ଯେପରି ଆଗରୁ କରୁଥିଲେ। ନିଜ କାମ ଉପରେ ସମ୍ପୂର୍ଣ୍ଣ ଫୋକସ କରିବାକୁ ଆମିର ଏହିଭଳି ନିଷ୍ପତ୍ତି ନେଇଛନ୍ତି।

ସେ ପୂର୍ବରୁ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ହେବା ଯାଏଁ ସେ ନିଜ ମୋବାଇଲ ଫୋନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେଟରେ ତାଙ୍କ ମୋବାଇଲ ଲଗାତାର ବାଜି ତାଙ୍କ କାମ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ଏହିଭଳି ନିଷ୍ପତ୍ତି ନିଆଯାଇଥିଲା।
ଆମିର ଖାନ ଶେଷ ପୋଷ୍ଟରେ କହିଛନ୍ତି, “ବନ୍ଧୁମାନେ, ମୋ ଜନ୍ମଦିନରେ ଏତେ ସ୍ନେହ ଓ ଭଲପାଇବା ଦେଇଥିବାରୁ ହୃଦୟରୁ ଧନ୍ୟବାଦ। ସୋସିଆଲ ମିଡ଼ିଆରେ ଏହା ମୋର ଶେଷ ପୋଷ୍ଟ। ମୁଁ ସୋସିଆଲ ମିଡ଼ିଆରେ ବେଶୀ ଆକ୍ଟିଭ ନୁହେଁ। ସେଥିପାଇଁ ସୋସିଆଲ ମିଡ଼ିଆରେ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛି।

aa

ଆମିର ଖାନ ପ୍ରଡକ୍ସନ ନିଜର ଅଫିସିଆଲ ଚ୍ଯାନେଲ ତିଆରି କରିଛି। ଭବିଷ୍ୟତରେ ସେହି ଚ୍ଯାନେଲ @akppl_official ଜରିଆରେ ଲୋକଙ୍କୁ ତାଙ୍କ ଫିଲ୍ମର ଅପଡେଟ ମିଳିବ ବୋଲି ସେ କହିଛନ୍ତି। ୨୦୧୮ରେ ଆମିର ଖାନ ନିଜ ଜନ୍ମଦିନରେ ନିଜ ମା’ଙ୍କ ଏକ ଫଟୋ ସେୟାର କରି ଇନଷ୍ଟାଗ୍ରାମ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.