Below header

ମଇଦାନରେ ଦେଖିବାକୁ ମିଳିଲା ଅଭିଷେକ ଏବଂ ରଣବୀରଙ୍କ ଦୋସ୍ତାନା

ବଲିଉଡର ବହୁ ଷ୍ଟାର ଯାହାଙ୍କୁ ଫୁଟବଲ୍ ପ୍ରତି ଆଗ୍ରହ ରହିଛି। କେବଳ ଏହା ନୁହେଁ ଏହି ଷ୍ଟାର ମାନେ ପ୍ରାୟତଃ ରବିବାର ଦିନ ଗ୍ରାଉଣ୍ଡରେ ଏକାଠି ହୋଇ ମ୍ୟାଚ୍ ଖେଳିଥାନ୍ତି । ଏହି ସମୟରେ ସମସ୍ତଙ୍କ ଭିତରେ ଥିବା ବଣ୍ଡିଙ୍ଗ୍ ଦେଖିବାକୁ ମିଳିଥାଏ । ଏହି ଷ୍ଟାରସ୍ ମାନେ ଏକ ଟିମ୍ ମଧ୍ୟ ବନେଇଛନ୍ତି । ଯାହାର ନା – ଅଲ୍ ଷ୍ଟାରସ୍ ଫୁଟବଲ୍ କ୍ଳବ୍ .ବେୋଲି ରଖିଛନ୍ତି । ଯେଉଁଥିରେ ଅଭିଷେକ ବଚ୍ଚନ, ରଣବିର କପୁର,ଇଶାନ୍ ଖଟ୍ଟୁର ଏବଂ ଜିମ ସରଭଙ୍କ ସମେତ ବହୁ ଅଲଗା ସେଲିବ୍ରେଟିସ୍ ସାମିଲ ଅଛନ୍ତି ।

playମ୍ୟାଚ ସମୟରେ ଏମାନେ ପରସ୍ପର ସହି ବହୁତ ଖୁସିରେ ଥାନ୍ତି । ନିକଟରେ ଜଣେ ଫଟୋଗ୍ରାଫରର୍ସ ଅଭିଷେକ ଏବଂ ରଣବୀର କପୁରଙ୍କ କିଛି ଫଟୋ କ୍ୟାମେରାରେ କଏକ କରିଥିଲେ । ଯେଉଁ ଫଟୋରେ ଦୁଇ ଜଣଙ୍କୁ ଆଗରୁ ଆପଣ କେବେ ଏମିତି ଦେଖିନଥିବେ। ମ୍ୟାଚ ସମୟରେ ଯେତେବେଳେ ରଣବୀର ଥକି ଯାଇଥିଲେ ସେତେବେଳେ ଅଭିଷେକ ତାଙ୍କୁ ନିଜ ପିଠିରେ ଉଠାଇ ନେଉଥିଲେ । ଦୁହିଁଙ୍କର ଏହି ଫଟୋରେ ଏବେ ଭାଇରାଲ ହେବା ସହିତ ସେଥିରେ ବହୁତ କମେଣ୍ଟ ଆସୁଥିବାର ଦେଖିବାକୁ ମିଳିଛି ।ତେବେ ସେଠାରେ ଆଉ ଏକ ଅନ୍ୟ ଫଟୋରେ ମ୍ୟାଚ ଖେଳିବା ପୂର୍ବରୁ ଅଭିଷେକ ବଚ୍ଚନ ପୁରା ପ୍ରସ୍ତୁତ ହେଉଥିବାର ଦେଖିବାକୁ ମିଳିଛି । ଅଭିଷେକ ତଳେ ବସି ପାଦରେ ମୋଜା, ଜୋତା ଏବଂ ପ୍ୟାଡସ୍ ପିନ୍ଧୁଛନ୍ତି ।

abhisekhଏହି ସମୟର ଆଉ ଏକ ଫଟୋରେ ରଣବୀର ଫୁଟବଲ ଧରି ଟିମର ଅଲଗା ସାଥୀମାନଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି ।

ranbir

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.