ଦିଲ୍ଲୀରେ ପହଞ୍ଚି ନିଜ ପିଲାଦିନକୁ ମନେ ପକାଇଲେ ଅଭିଷେକ ବଚ୍ଚନ, ଲେଖିଲେ ଏପରି ପୋଷ୍ଟ

ଦିଲ୍ଲୀ 6 ଏବଂ ପା ଭଳି ଚଳଚ୍ଚିତ୍ର ଦିଲ୍ଲୀରେ ସୁଟିଂ କରିସାରିବା ପରେ ଅଭିଷେକ ବଚ୍ଚନ ପୁଣିଥରେ ନିଜ ଫିଲ୍ମର ସୁଟିଂ କରିବା ପାଇଁ ଦିଲ୍ଲୀରେ ପହଂଚିଛନ୍ତି । ବର୍ତ୍ତମାନ ସେ ସାଉଥ ଦିଲ୍ଲୀର କୁତବ ମିନାରରେ ଶୁଟ କରୁଛନ୍ତି । ଅଭିଷେକ ନିଜର ଇନଷ୍ଟାଗ୍ରାମରେ କିଛି ପୋଷ୍ଟ ଅପଲୋଡ଼ କରିଛନ୍ତି ଯେଉଁଥିରେ ସେ କୁତବମିନାରର ଫଟୋ ସେୟାର କରିବା ସହ ଲେଖିଛନ୍ତି ‘ପିଲାଦିନେ ଯେବେବି ଆମେ ଦିଲ୍ଲୀ ଆସୁଥିଲୁ ସେତେବେଳେ କୁତବମିନାର ଆମ ଯାତ୍ରାର ଏକ ମୁଖ୍ୟ ଅଂଶ ଥିଲା । ଆଜି ଏତେବର୍ଷ ପରେ ମଧ୍ୟ ଏହାକୁ ଅତି ସୁନ୍ଦର ଏବଂ ବହୁତ ବଢିଆ ଭାବେ ବଜାୟ ରଖାଯାଇଛି।’

ବର୍ତ୍ତମାନ ଅଭିଷେକ ବଚ୍ଚନ ଦିଲ୍ଲୀରେ ‘ଦ ବିଗ ବୁଲ’ର ସୁଟିଂ କରୁଛନ୍ତି । ତାଙ୍କର ପୂର୍ବ ଫିଲ୍ମ ଯେପରି ଦିଲ୍ଲୀ 6 ଏବଂ ଝୁମ ବରାବର ଝୁମ ମଧ୍ୟ ଦିଲ୍ଲୀରେ ସୁଟିଂ କରାଯାଇଥିଲା । ନିକଟରେ ଅଭିଷେକ ବଚ୍ଚନ ବିବେକ ଓବରାୟଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ଏହାସହ ପଢନ୍ତୁ ନିଜ ବାୟୋପିକର ଫାଷ୍ଟ ଲୁକ ସେୟାର କଲେ ସାୟନା ଓ ପରିଣିତିଙ୍କୁ ଜଣାଇଲେ ଶୁଭେଚ୍ଛା

ସୂଚନା ଅନୁଯାୟୀ ୱାର୍ଲଡ ବ୍ୟାଡମିଣ୍ଟନ ଚାମ୍ପିୟନସିପର ଗୋଲ୍ଡ ମେଡ଼ାଲିଷ୍ଟ ପିଭି ସିନ୍ଧୁଙ୍କ ପାଇଁ ସମ୍ମାନ ସମାରୋହ ରଖାଯାଇଥିଲା । ଯେଉଁଥିରେ ବଲିଉଡର ବହୁତ ନାମିଦାମୀ କଳାକାର ଯୋଗ ଦେଇଥିଲେ । ଏହି ଇଭେଣ୍ଟରେ ଅଭିଷେକ ବଚ୍ଚନ ପିତା ଅମିତାଭ ବଚ୍ଚନଙ୍କ ସହ ସେଠାରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ବିବେକ ଓବରାୟ ମଧ୍ୟ ନିଜ ପରିବାର ସହ ସେଠାରେ ପହଂଚିଥିଲେ ଓ ତାଙ୍କ ସହିତ ପିତା ସୁରେଶ ଓବରାୟ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ଦୁଇ ପରିବାରଙ୍କର ସାକ୍ଷାତ ହୋଇଥିଲା । ଏହି ଅବସରରେ ଅଭିଷେକ ଓ ବିବେକ ଖୁସିର ସହ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ ।

Image result for abhishek bachchan

 

ଅନ୍ୟପଟେ କିଛିଦିନ ପୂର୍ବେ ଅଭିଷେକ ବଚ୍ଚନ ଅନୁରାଗ କଶ୍ୟପଙ୍କ ଫିଲ୍ମ ମନମର୍ଜିୟାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ବିକି କୌଶଲ ଓ ତାପସୀ ପନ୍ନୁଙ୍କ ଭଳି ଷ୍ଟାର ମଧ୍ୟ ଅଭିନୟ କରିଥିଲେ କିନ୍ତୁ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଏତେ ଭଲ ପ୍ରଦର୍ଶନ କରି ପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.