ଇଣ୍ଟରନେଟ୍‌ରେ ଏକ ଛୋଟ ଝିଅର ଜବରଦସ୍ତ ଆକ୍ଟିଙ୍ଗ୍‌ ଦେଖି ଦିଓ୍ଵାନା ହେଲେ ରଣବୀର ସିଂ: ଭିଡିଓ ଶେୟର କରି ଲେଖିଲେ ଏମିତି

ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ନୂଆ ଭିଡିଓ ଦେଖିବାକୁ ମିଳିଥାଏ। ଇଣ୍ଟରନେଟ୍‌ରେ ଏହି ଭଳି ଅନେକ ଆପ୍‌ ଅଛି ଯେଉଁଥିରେ ଛୋଟ ପିଲାଠୁ ବଡ ଲୋକ ମାନେ ନିଜେ ନିଜର ଭିଡିଓ ପୋଷ୍ଟ କରି ଅନ୍ୟମାନଙ୍କୁ ଏଣ୍ଟରଟେନ୍‌ମେଣ୍ଟ କରାନ୍ତି। ସେହିଭଳି ଏକ ଛୋଟ ଝିଅର ଭିଡିଓ ଆକ୍ଟର ରଣବୀର ସିଂଙ୍କୁ ଏତେ ପସନ୍ଦ ଆସିଥିଲାଯେ ସେ ନିଜର ଟ୍ଵିଟର ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି।

ଇଣ୍ଟରନେଟ୍‌ରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ରଣବୀର ସିଂ ସେୟାର କରିଛନ୍ତି। ଏହି ଭିଡିଓରେ ‘ଛୋଟ ଦୀପିକା ପାଦୁକୋନ’ଙ୍କର ଏକ ଜବରଦସ୍ତ ସିନ୍‌ ଦେଖିବାକୁ ମିଳିଛି। ‘ରାମ୍‌ଲୀଳା’ ଫିଲ୍ମର ଦୀପିକା ପାଦୁକୋନଙ୍କ ଡାଇଲଗ୍‌ରେ ରାଶି ସିଂଦେଓ ନାମର ଏକ ଝିଅ ଜବରଦସ୍ତ ଏକ୍ସପ୍ରେସନ ଦେଇଥିବାର ଦେଖିବାକୁ ମିଳିଛି। ରାଶି ସିଂଦେଓଙ୍କର ଏହି ଭିଡିଓଟି ଫିଲ୍ମ ଆକ୍ଟର ରଣବୀର ସିଂଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ସେ ନିଜେ ଛୋଟ ଦୀପିକା ଉପରେ ଫିଦା ହୋଇଯାଇଥିଲେ। ଏହା ପରେ ରଣବୀର ସିଂ ନିଜର ଟ୍ଵିଟର ଆକାଉଣ୍ଟରେ ରାଶି ସିଂଦେଓର‘ରାମ୍‌ଲୀଳା’ ଭିଡିଓ ସେୟାର କରିଥିଲେ।

ରଣବୀର ସିଂ ନିଜର ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିବା ସହ ‘ଛୋଟ ଦୀପିକା ପାଦୁକୋନ’ର ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ଭିଡିଓରେ ଝିଅଟି ସୋଫା ଉପରେ ବସିଥିବାର ନଜର ଆସିଛି। ‘ରାମ୍‌ଲୀଳା’ ଫିଲ୍ମରେ ଦୀପିକା ପାଦୁକୋନ ଯେଉଁ ଭଳି ପୋଷାକ ପିନ୍ଧିଥିଲେ, ଠିକ୍‌ ସେହି ଭଳି ପୋଷାକ ରାଶି ସିଂଦେଓ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଝିଅଟି ଠିକ୍‌ ଦୀପିକା ଭଳି ମେକ୍‌ଅପ୍‌ ମଧ୍ୟ ନେଇଛି। ‘ରାମ୍‌ଲୀଳା’ ଫିଲ୍ମର ଏକ ଜବରଦସ୍ତ ଡାଇଲଗରେ ଝିଅଟି ଲିପ୍‌ସିଙ୍ଗ୍‌ କରିବାର ଦେଖିବାକୁ ମିଳିଛି।

ଏହି ୨୦ ସେକେଣ୍ଡ ଭିଡିଓରେ ଝିଅଟି ଏତେ ସୁନ୍ଦର ଅଭିନୟ କରିଛି ଯେ ଏହାକୁ ଥରେ ଦେଖିଲେ ବାରମ୍ବାର ଦେଖିବକେ ଇଚ୍ଛା ହେବ। ଏହି ଭିଡିଓଟି ରଣବୀର ସିଂକୁ ଏତେ ପସନ୍ଦ ଆସିଛିଯେ ସେ ନିଜେ ଝିଅଟିର ଦିଓ୍ଵାନା ହୋଇ ଯାଇଛନ୍ତି। ଏହାକୁ ରଣବୀର ସିଂ ନିଜର ଟ୍ଵିଟର ଆକାଉଣ୍ଟରେ ସେଆର କରିବା ସହ ନିଜ ଓ୍ଵାଇଫ୍‌ ଓ ଫିଲ୍ମ ଆକ୍ଟ୍ରେସ ଦୀପିକା ପାଦୁକୋନକୁ ଟ୍ୟାଗ କରିଛନ୍ତି। ଏହା ସହିତ ସେ କ୍ୟାପ୍ସପରେ ଲେଖିଛନ୍ତି, ‘ଲୀଲା ଜୈସି କୋଇ ନେହିଁ’। ରଣବୀର ସିଂ ଦୀପିକା ପାଦୁକୋନଙ୍କୁ ସମ୍ବୋଦ୍ଧିତ କରି ଲେଖିଛନ୍ତି,‘ଅପନେ ଇସ୍‌ ମିନି ବର୍ଜେନ କୋ ଚେକ୍‌ଆଉଟ କରୋ’, ମୁଁ ଏହି ଛୋଟ ଦୀପିକାର ଏକ୍ସପ୍ରେସନରେ ଦିଓ୍ଵାନା ହୋଇ ଯାଇଛି। ଲୋକମାନେ ଏହି ଭିଡିଓକୁ ଲାଇକ୍‌ ଓ ରିଟ୍ଵିଟ୍‌ ମଧ୍ୟ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.