ଅଲଗା ହେଲେ ବଲିଉଡ୍‌ର ଷ୍ଟାଇଲିସ୍‌ ଯୋଡ଼ି ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ, ସାମ୍ନାକୁ ଆସିଲା ବଡ଼ କାରଣ

ଅଲଗା ହେଲେ ବଲିଉଡ୍‌ର ଷ୍ଟାଇଲିସ୍‌ ତଥା ଦମ୍‌ଦାର ଯୋଡ଼ି ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ। ଏହି ଯୋଡ଼ି ଦୀର୍ଘ ଦିନ ହେଲାଣି ଏକାଠି ଥିବା ବେଳେ ଏବେ ଏମାନଙ୍କର ବ୍ରେକ୍‌ ଅପ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ସିଦ୍ଧାର୍ଥ ଓ କିଆରାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଧକ୍କା ସଦୃଶ୍ୟ ହୋଇଛି। କାରଣ ଅନ୍ୟ ଯୋଡ଼ିଙ୍କ ଭଳି ଏମାନେ ବି ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଫ୍ୟାନ୍‌ମାନେ ଆଶା କରୁଥିଲେ। କିନ୍ତୁ ଏବେ ଏମାନଙ୍କର ବ୍ରେକ୍‌ ଅପ୍‌ ଖବର ଆସିବା ପରେ ଫ୍ୟାନ୍‌ଙ୍କ ହୃଦୟ ଭାଙ୍ଗିଯାଇଛି।

ସ୍କ୍ରିନ୍‌ରେ ଦର୍ଶକେ ଏହି ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥାନ୍ତି। ଗତ କିଛି ଦିନ ହେଲାଣି ଚର୍ଚ୍ଚା ହେଉଥିଲା ଯେ କିଆରା ଓ ସିଦ୍ଧାର୍ଥ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏମାନଙ୍କୁ ଏକାଠି ଶେରଶାହ ଫିଲ୍ମରେ ବି ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। କିନ୍ତୁ ଏବେ ଏହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଉ ଅଲଗା ହୋଇଯାଇଛନ୍ତି ପ୍ରେମ ପକ୍ଷୀ ସିଦ୍ଧାର୍ଥ ଓ କିଆରା। ଏବେ ଆଉ ଏହି ଯୋଡ଼ି ପରସ୍ପରକୁ ଦେଖା ବି ହେଉନାହାନ୍ତି। କିନ୍ତୁ ଏମାନଙ୍କର ଅଲଗା ହେବା ପଛରେ କି କାରଣ ରହିଛି, ତାହା ଏବେ ଯାଏଁ ସାମ୍ନାକୁ ଆସି ନାହିଁ।

Sidharth
Image Credit: Instagram

ଚଳିତ ବର୍ଷ ଶେଷରେ ସିଦ୍ଧାର୍ଥ କିଆରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବ୍ରେକଅପ୍‌ ଖବର ଆସିବା ପରେ ଏହି ବିବାହ ଆଉ କେବେ ହୋଇ ନ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଏ ନେଇ କିଆରା ଆଡଭାନୀ କିମ୍ବା ସିଦ୍ଧାର୍ଥ ମାଲହୋତ୍ରା କେହି ବି କିଛି କହି ନାହାନ୍ତି।

ପ୍ରକାଶ ଯେ କିଆରା ଆଡଭାନୀ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟିଂ କରୁଥିବା ଖବର ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ଥିଲା। କିନ୍ତୁ ଉଭୟ ସେଲିବ୍ରିଟି କେବେ ବି ଏ ନେଇ ମୁହଁ ଖୋଲିନଥିଲେ। କିନ୍ତୁ ଉଭୟେ ପ୍ରାୟତଃ ଡିନର ଡେଟ୍‌ରେ ଓ ବୁଲିବାକୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥଙ୍କ କୁକୁର ମୃତ୍ୟୁରେ ମଧ୍ୟ କିଆରା ଶୋକ ବ୍ୟକ୍ତ କରି ଇନ୍‌ଷ୍ଟାଗ୍ରାମ୍‌ରେ ଷ୍ଟୋରି ସେୟାର କରିଥିଲେ। ସେତେବେଳେ ସ୍ପଷ୍ଟ ହୋଇଥିଲା ଯେ ଏମାନଙ୍କ ଭିତରେ କିଛି ଚାଲିଛି। କିନ୍ତୁ ଏବେ ଖବର ଆସୁଛି ଯେ ଉଭୟଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଛି।

 

View this post on Instagram

 

A post shared by Sidharth Malhotra (@sidmalhotra)


ତେବେ କାମ କଥା କହିବା ତ କିଆରା ଆଡଭାନୀଙ୍କୁ ଖୁବ୍‌ ଶୀଘ୍ର ଭୁଲଭୁଲେୟାଁ ୨ରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ଦର୍ଶକେ ଦେଖିବାକୁ ପାଇବେ। ଏହି ଫିଲ୍ମ ମେ ୨୦ରେ ପରଦାକୁ ଆସିବ।

Also Read: ଖାଲି ସ୍ତ୍ରୀ ନୁହେଁ, ସ୍ୱାମୀ ବି ମାଗିପାରିବେ ଭରଣ ପୋଷଣ; ଜାଣନ୍ତୁ କ’ଣ କହେ ଆମ ଆଇନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.