କ୍ୟାଟ୍ରିନା କୈଫ୍ ହେଲେ କୋଭିଡ୍ ପଜିଟିଭ, ରହିବେ ହୋମ୍ କ୍ୱାରେଣ୍ଟାଇନ୍ରେ
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ କରୋନାର ଶିକାର ହୋଇଛନ୍ତି। ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। କ୍ୟାଟ୍ରିନା ଇନ୍ଷ୍ଟାଗ୍ରାମ ଷ୍ଟାଟସ୍ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ‘ମୋ କରୋନା ରିପୋର୍ଟ ପଜିଟିଭ ଆସିଛି। ମୁଁ ତୁରନ୍ତ ନିଜକୁ ଆଇସୋଲେଟ୍ କରି ନେଇଛି ଏବଂ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବି। ମୁଁ ମୋ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ସେଫ୍ଟି ପ୍ରୋଟୋକଲ୍ସ ପାଳନ କରୁଛି। ମୋ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ମୁଁ ଅପିଲ କରୁଛି କି, ସେମାନେ ତୁରନ୍ତ ନିଜର ଟେଷ୍ଟ କରେଇ ନିଅନ୍ତୁ। ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ। ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଧ୍ୟାନ ରଖନ୍ତୁ’।
ସୂଚନାଥାଉ କି, କିଛିଦିନ ହେବ ବଲିଉଡ୍ରେ କରୋନା କାୟା ବିସ୍ତାର କରି ଚାଲିଛି। ପୂର୍ବରୁ ବି ଅନେକ ସେଲିବ୍ରିଟି କରୋନାର ଶିକାର ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରେ ଅକ୍ଷର କୁମାର, ଆମିର ଖାନ, ରଣବୀର କାପୁର, ଆଲିଆ ଭଟ୍ଟ, ଭିକି କୌଶକ, ଭୂମି ପେଡନେକର ପ୍ରମୁଖ ସାମିଲ ଅଛନ୍ତି।