ଡ୍ୟାନ୍ସରଙ୍କୁ କାଚ ପ୍ଲେଟ୍‌ ଫିଙ୍ଗିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ର ସେନ୍‌ସେସ୍‌ନାଲ ହିରୋଇନ୍‌ ଶିଳ୍ପା ସେଟ୍ଟୀ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ନିଜ ଯୋଗ ଭିଡିଓକୁ ନେଇ ତ ଆଉ କେତେବେଳେ ଫିଟ୍‌ନେସ୍‌ ଭିଡିଓକୁ ନେଇ। ତେବେ ବର୍ତ୍ତମାନ ଶିଳ୍ପାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସେ କାଚ ପ୍ଲେଟ୍‌ଭାଙ୍ଗୁଥିବା ଦେଖିବାକୁ ମିଳିଛି।

 

ଭିଡିଓରେ ଡ୍ୟାନ୍ସ କରୁଥିବା ଡ୍ୟାନ୍ସରଙ୍କ ଉପରକୁ କିଛି ଦର୍ଶକ କାଚ ପ୍ଲେଟ୍‌ ଫୋପାଡ଼ୁଥିବା ଦେଖିବାକୁ ମିଳିଥିଲା। ତେବେ ସେଠାରେ ଠିଆ ହୋଇଥିବା ଶିଳ୍ପା ମଧ୍ୟ ପଛରେ ରହିନଥିଲେ। ସେ ମଧ୍ୟ ପ୍ଲେଟ୍‌ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶିଳ୍ପା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓ ଦେଖି ଫ୍ୟାନ୍‌ମାନେ ମଧ୍ୟ ବହୁ ରିଆକ୍ସନ୍‌ ଦେଇଛନ୍ତି। ଏହି ଭିଡିଓ ଦୁବାଇର ଏକ ହୋଟେଲରେ ସୁଟିଂ କରାଯାଇଥିବା ନିଜେ ଶିଳ୍ପା ସୂଚନା ଦେଇଛନ୍ତି। ଏବେ ପର୍ଯ୍ୟନ୍ତ ଭିଡିଓକୁ ୯ ଲକ୍ଷରୁ ଅଧିକ ଥର ଦର୍ଶକ ଦେଖିସାରିଲେଣି।

 

ସୂଚନାଯୋଗ୍ୟଯେ, ବଲିଉଡ୍‌ ହିରୋଇନ୍‌ ଶିଳ୍ପା ସେଟ୍ଟୀଙ୍କୁ ଖୁବ୍‌ଶୀଘ୍ର ଆଗାମୀ ଫିଲ୍ମ ନିକମ୍ମାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଶିଳ୍ପାଙ୍କ ସହ ଅଭିମନ୍ୟୁ ଦାସାନୀ ଓ ଶର୍ଲ ସୋନିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ରୋମାଣ୍ଟିକ୍‌ ଓ ଆକ୍ସନ ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ।

ଏହାସହ ପଢ଼ନ୍ତୁ: ଜୁହି ଓ ମାଧୁରୀଙ୍କ ଡ୍ୟାନ୍ସ ଦେଖି ମତୁଆଲା ହେଲେ ଦର୍ଶକ, ଭାଇରାଲ ହେଉଛି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.