ସମ୍ବଲପୁର: ମହିଳା ଓଏଏସ ଅଧିକାରୀଙ୍କୁ ଅସଦାଚରଣ କରି ତହସିଲଦାର ଗିରଫ

ସମ୍ବଲପୁର: ମହିଳା ଓଏଏସ ଅଧିକାରୀଙ୍କୁ ଅସଦାଚରଣ କରି ତହସିଲଦାର ଗିରଫ। ଅସଦାଚରଣ କରି ଗିରଫ ହୋଇଛନ୍ତି ସମ୍ବଲପୁର ରେଙ୍ଗାଳି ତହସିଲର ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବେହେରା। ଗତ କିଛିଦିନ ଧରି ପ୍ରଫୁଲ୍ଲ ସମ୍ବଲପୁର ନିକଟସ୍ଥ ଏକ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା ଓଏଏସ ଅଧିକାରୀଙ୍କୁ ଅଶ୍ଲୀଳ ମେସେଜ ଦେବା ସହ ଅଶାଳୀନ ଇଙ୍ଗିତ କରିଆସୁଥିବା ଅଭିଯୋଗ ହୋଇଥିଲା। ତେବେ ଗତକାଲି ସଂଧ୍ୟାରେ ମହିଳା ଓଏଏସ ଅଧିକାରୀଙ୍କ ଭଡ଼ାଘରକୁ ଯାଇ ପ୍ରଫୁଲ୍ଲ ଅସଦାଚରଣ କରିଥିଲେ। ଏନେଇ ମହିଳା ଅଧିକାରୀ ଜଣକ ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିଛି ପୋଲିସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.