କଟକରେ ନର୍ସ ନିହାରିକା ପାତ୍ରଙ୍କୁ କରାଯାଇଛି ହତ୍ୟା, ଏକ ବାଇକରେ ଅଖାରେ ଭର୍ତ୍ତି ମୃତଦେହ ନେଇଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ

କଟକ: କଟକରେ ନର୍ସ ନିହାରିକା ପାତ୍ରଙ୍କୁ କରାଯାଇଛି ହତ୍ୟା । ହତ୍ୟା ପରେ ବିରିଡି ଅଞ୍ଚଳକୁ ମୃତଦେହ ସ୍ଥାନାନ୍ତର କରାଯାଇଥିଲା । ମୃତଦେହ ସ୍ଥାନାନ୍ତର ସମୟର CCTV ଫୁଟେଜ ପୋଲିସକୁ ମିଳିଛି । ଅଖାରେ ମୃତ ଦେହ ଭର୍ତ୍ତି କରି ନେବାର ଫୁଟେଜ ପୋଲିସକୁ ମିଳିଛି । କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ନିହାରିକାଙ୍କ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍‌ ରାଜା ଆତ୍ମସର୍ପଣ କରିଥିଲା । ତାକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ହତ୍ୟାକାଣ୍ଡର ପ୍ରକୃତ କାରଣ କଣ? କେଉଁଠି ହତ୍ୟା କରାଯାଇଥିଲା ? ମୃତଦେହ ବିଲୁଆଖାଇ ନଦୀ ପଠାକୁ ଆସିଲା କେମିତି ? ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ କି? ଶେଷ ଥର କାହା ସହିତ ଫୋନରେ କଥା ହୋଇଥିଲେ ନିହାରିକା ? ତାଙ୍କ ମୋବାଇଲ୍‌ ଫୋନ୍‌ ଗଲା କୁଆଡ଼େ ? ଏସବୁ ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଅଧିକ ଜେରା ପାଇଁ ରାଜାକୁ ରିମାଣ୍ଡରେ ନେଇପାରେ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.