ଶିଳ୍ପା ସେଟ୍ଟୀ ପତି ରାଜ କୁନ୍ଦ୍ରାଙ୍କୁ ମାରିଲେ ଏକ ଶକ୍ତ ଚାପୁଡ଼ା, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା କିଛି ଦିନ ପୂର୍ବରୁ ହିଁ ଦ୍ଵିତୀୟ ଥର ପାଇଁ ପିତା-ମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଖୁସି ଖବର ହିଁ ଶିଳ୍ପା ନିଜେ ହିଁ ନିଜ ସୋସିଆଲ ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ । ଏଭିତରେ ପତି ରାଜ କୁନ୍ଦ୍ରାଙ୍କ ଏକ ଭିଡିଓଟି ଇନ୍ସଟାଗ୍ରାମ ଜରିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ ଶିଳ୍ପା ରାଜ କୁନ୍ଦ୍ରାଙ୍କୁ ଥାପ୍ପଡ ମାରୁଥିବାର ନଜର ଆସିଛନ୍ତି । ଭିଡିଓ ଟିକୁ ନିଜେ ସେୟାର କରିବା ସହ ରାଜ ଲେଖିଛନ୍ତିକି – ଆପଣ ମାନେ ଆମକୁ ଏତେ ଭଲ ପାଇବା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।

silpa setty

ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଯୋଗୁଁ ହିଁ ଆମର ଫଲୋଅର୍ଶ ସଂଖ୍ୟା ମାତ୍ର ତିନି ମାସ ଭିତରେ ଏକ ମିଲିୟନ ପର୍ଯ୍ୟନ୍ତ ଛୁଇଁ ପାରିଛି । ନିଜ ଫଲୋଅର୍ଶ ମାନଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ହିଁ ରାଜ ପତ୍ନୀ ଶିଳ୍ପାଙ୍କ ସହ ଏହି ଭିଡିଓ ଟିକୁ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ଅନ୍ୟ ପକ୍ଷରେ, ଫିଲ୍ମ ଜଗତର ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ରାଜଙ୍କ ଫୋଲର୍ସ ସଂଖ୍ୟା ଶୁଣି ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିଜ ଭିଡିଓ ଟିରେ ରାଜ ଏକ ମଜାଳିଆ ଗୀତରେ ଡାନ୍ସ କରୁଥିବା ସମୟରେ ଶିଳ୍ପା ହଠାତ ସେହି ଜାଗାରେ ପ୍ରବେଶ କରି ରାଜଙ୍କୁ ଥପ୍ପଡ ମାରୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ଗାଳି ଦେବା ଅନ୍ଦାଜରେ ନିଜ ପତିଙ୍କୁ କହୁଛନ୍ତି- ତମେ ମୋ ସ୍ୱାମୀ, ତେଣୁ ନିଜ ଓଉକାତରେ ରୁହ ।

ଖାସ କଥା ହେଉଛି ରାଜ ହେଉଛନ୍ତି ପ୍ରକୃତରେ ଜଣେ ବ୍ୟବସାୟୀ । ମାତ୍ର ତିନି ମାସ ଭିତରେ ତାଙ୍କର ଫଲୋଅର୍ଶ ହେବା ନିହାତି ରୂପେ ଏକ ବଡ କଥା । କହିବାକୁ ଗଲେ ରାଜଙ୍କ ପାଇଁ କିଛି ଦିନ ଭିତରେ ଏହା ଦ୍ଵିତୀୟ ଖୁସିର ମୌକା । କିଛି ଦିନ ପୂର୍ବରୁ ହିଁ ରାଜଙ୍କ ନବଜାତ ଝିଅ ସମିଶାକୁ ଏକ ମାସ ପୂରିଥିବା ବେଳେ ସେ ଘରକୁ ଫେରିଛି । କିଛି ଦିନ ପୂର୍ବେ ଶିଳ୍ପା ନିଜେ ହିଁ ପରିବାର ସହିତ ଝିଅର ଫଟୋ ସେୟାର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.