ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌: କହିଲେ ୨୪ ଘଣ୍ଟାରେ ଦିଅନ୍ତୁ ତଥ୍ୟ, ସଚେତନତା ଦ୍ୱାରା ରୋକାଯାଇପାରିବ କରୋନା

ଭୁବନେଶ୍ବର: ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌। ବିଦେଶରୁ ଫେରିଥିଲେ ୨୪ ଘଣ୍ଟାରେ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ଟୋଲ୍‌ ଫ୍ରି ନମ୍ବର-୧୦୪ରେ କଲ୍‌ କରି ତଥ୍ୟ ଦେବାକୁ କୁହାଯାଇଛି। covid19.odisha.gov.in ପୋର୍ଟାଲରେ ମଧ୍ୟ ରେଜିଷ୍ଟ୍ରେସନ୍‌ କରିପାରିବେ ବିଦେଶ ଫେରନ୍ତା। ନିଜ ଯାତ୍ରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେବାକୁ ପରାମର୍ଶ ଦିଆଯାଇଛି। କରୋନା ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟା। ସଚେତନତା ହିଁ ଏହାକୁ ରୋକିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.