ଆତ୍ମହତ୍ୟା କରିଥିବା ସୁଶାନ୍ତଙ୍କ ଘରକୁ କିଣିବେ ଆଦା ଶର୍ମା, ଖବର କେତେ ସତ ତାକୁ ନେଇ ଧରିଛି ଚର୍ଚ୍ଚା

ବଲିଉଡ଼ର ଦିବଂଗତ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଘର ଖାଲି ପଡ଼ିଥିଲା । ହେଲେ ଏବେ ସେହି ଘରକୁ ଆଦା ଶର୍ମା କିଣୁଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଖବର ଆସିଥିଲା ଯେ, ଏହାର ଭଡା ବହୁତ ବଢାଇ ଦିଆଯାଇଛି ।

ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଯାହାଙ୍କ ମୃତ୍ୟୁ ସମସ୍ତଙ୍କୁ ଡରାଇ ଦେଇଥିଲା । ମୁମ୍ବାଇ ସ୍ଥିତ ବଙ୍ଗଳାରେ ତାଙ୍କ ମୃତ ଦେହ ବାହାରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୃତ୍ୟୁର କାରଣକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି । ସେ ଯିବା ପରେ ତାଙ୍କ ଘର ଉପରେ ଥିଲା ସମସ୍ତଙ୍କ ନଜର। କିଏ ସେ ଘରେ ରହିବ ? ମୃତ୍ୟୁ ପରେ କଣ ତାଙ୍କ ଆତ୍ମା ସେଠି ବୁଲୁଥିବ କି ? ଏମିତି କେତେ କଣ ପ୍ରଶ୍ନ ବି ଉଠୁଥିଲା । ଏହାକୁ ନେଇ ଏବେ ଏକ ବଡ ଖବର ସାମ୍ନା କୁ ଆସିଛି । ‘ଦ କେରଳ ଷ୍ଟୋରୀ’ ଷ୍ଟାର ଅଭିନେତ୍ରୀ ଆଦା ଶର୍ମା ବାନ୍ଦ୍ରା ସ୍ଥିତ ମଣ୍ଟ ବ୍ଲାଙ୍କ କୋଠା କିଣିବାକୁ ଯାଉଛନ୍ତି, ଯେଉଁଠି ସୁଶାନ୍ତ ସିଂହ ରାଜପୁତ ରହୁଥିଲେ ।

ସୁଶାନ୍ତ ଆତ୍ମହତ୍ୟା କରିଥିବା ଘରକୁ ଅଦା କିଣୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ସୂଚନା ଅନୁସାରେ ସୁଶାନ୍ତ ଏହି ଘର ପାଇଁ ୪.୫ ଲକ୍ଷ ଟଙ୍କା ଦେଉଥିବା ବେଳେ ଆଦା ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି । କିନ୍ତୁ ଏବେ ଆଉ ଏକ ପ୍ରଶ୍ନ ଉଠିଛି । ମୁମ୍ବାଇସ୍ଥିତ ଘର ବିକ୍ରି ହେବା ପରେ ଚନ୍ଦ୍ରରେ ଥିବା ସୁଶାନ୍ତଙ୍କ ଘର କିଣିବ କିଏ? କାହାର ହେବ ଏହି ପ୍ରପର୍ଟି? ମୃତ୍ୟୁ ପରେ କଣ ସେହି ସ୍ଥାନର ଅଧିକାର ଅନ୍ୟ କାହାକୁ ମିଳେ ନାହିଁ? ଚାଲନ୍ତୁ ଜାଣିବା ଆଜି ସେ ସମ୍ପର୍କରେ..

ମେଗା ସିରିଏଲ ‘ପବିତ୍ର ରିସ୍ତା’ ରେ ମାନବ ମୁଖ୍ୟ ଚରିତ୍ରରେ ସବୁ ଦର୍ଶକଙ୍କ ମନ ଜିଣିଥିଲେ ସୁଶାନ୍ତ ସିଂ ରାଜପୁତ । ଏହାପରେ ସେ ଫିଲ୍ମ ଦୁନିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏମ.ଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀର ଚମତ୍କାର ଅଭିନୟ ଏକ ନୂଆ ପରିଚୟ ଦେଇଥିଲା ତାଙ୍କୁ । ତେବେ ସେ ଆଷ୍ଟ୍ରୋନଟ ଦୁନିଆକୁ ବେଶୀ ଭଲପାଉଥିଲେ । ମହାକାଶ ଦୁନିଆ କୁ ଅତି ନିକଟରୁ ଜାଣିବାକୁ ଚାହୁଁଥିଲେ। ଇଚ୍ଛା ଥିଲା ଚନ୍ଦ୍ରପୃଷ୍ଠରେ ଜାଗା କିଣିବାର .. ଯାହାକୁ ସେ ପୁରା ବି କଲେ । ୫୫ ଲକ୍ଷ ଟଙ୍କ ଖର୍ଚ୍ଚ କରି ଚନ୍ଦ୍ରରେ ଏକ ପ୍ଲଟ କିଣିଥିଲେ ସୁଶାନ୍ତ । କିନ୍ତୁ ବର୍ତ୍ତମାନ ସୁଶାନ୍ତ ନାହାନ୍ତି । ତେଣୁ ଏହି ପ୍ଲଟକୁ କିଏ ନେବେ ବୋଲି ଚର୍ଚ୍ଚା ହେଉଛି । ନିୟମ ଅନୁସାରେ ଏହି ଜାଗା ବର୍ତ୍ତମାନ ତାଙ୍କ ପରିବାରକୁ ମିଳିବ । କିନ୍ତୁ କିଛି ଲୋକ ଏହାର ମାଲିକାନା ଆଉ କିଏ ବୋଲି କହିଛନ୍ତି । ତେବେ ପ୍ରକୃତରେ ଏହି ସ୍ଥାନର ଉତ୍ତରାଧିକାରୀ କିଏ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ବଲିଉଡ଼ର ଦିବଂଗତ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଘର ଖାଲି ପଡ଼ିଥିଲା । ହେଲେ ଏବେ ସେହି ଘରକୁ ଆଦା ଶର୍ମା କିଣୁଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଖବର ଆସିଥିଲା ଯେ, ଏହାର ଭଡା ବହୁତ ବଢାଇ ଦିଆଯାଇଛି । ତେବେ ଆଦା ଶର୍ମା ଓ ମୃତ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

୨୦୨୦ରେ ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ତେଣୁ ବହୁ ଲୋକ ଏହି ଘରକୁ ଅନଲକି ବା ଅଶୁଭ ମନେ କରନ୍ତି । ଏହି ଘରେ ସୁଶାନ୍ତଙ୍କ ଆତ୍ମା ରହୁଛି ଭାବି ବି ବହୁ ଲୋକ ଏହି ଘରକୁ କିଣିବାକୁ ପଛଘୁଞ୍ଚା ଦେଇଥିଲେ । ଏବେ ଆଦା ଶର୍ମା ଏହି ଘରକୁ କିଣିବାର ଖବର ଶୁଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.