Below header

ରିଲିଜ ହେବା ପୂର୍ବରୁ ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’

ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । କୁହାଯାଉଛି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଛି । କେବଳ ଏତିକି ନୁହେଁ, ଏହି ରେକର୍ଡ ଏପରି ଯେ ଉଭୟ ଚଳଚ୍ଚିତ୍ର ମଧ୍ୟରେ ବିବାଦ ସୃଷ୍ଟି କରିଛି । ଏହାରି ଭିତରେ ପ୍ରଭାସ କିଛି ଦିନ ହେବ ନିଜର ଅଫକମିଙ୍ଗ ଫିଲ୍ମ କୁ ନେଇ ବେଶ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ ଏସ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ‘ବାହୁବଲୀ ୨’ ବର୍ତ୍ତମାନ ୨୫୦୦ ଭିଜୁଆଲ୍ ଇଫେକ୍ଟ ସହିତ ଦେଶର ସର୍ବୋଚ୍ଚ VFX ଚଳଚ୍ଚିତ୍ର ଅଟେ । ଏହା ପରେ ବର୍ତ୍ତମାନ ଦାବି କରାଯାଇଛି ଯେ ‘ଆଦିପୁରୁଷ’ରେ ୮୦୦୦ ଭିଏଫ୍‌ଏକ୍ସ ସଟ୍‌ ବ୍ୟବହାର କରାଯାଇଛି, ଯାହା ବାହୁବଲୀ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ । ତେବେ ଏହି ଖବର ଆସିବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି । ୨୫୦୦ ଭିଜୁଆଲ୍ ଇଫେକ୍ଟ ସହିତ ବାହୁବଲୀର ଚମତ୍କାରକୁ ସମସ୍ତେ ଦେଖିଛନ୍ତି, ତେଣୁ ୮୦୦୦ ଭିଜୁଆଲ୍ ଇଫେକ୍ଟ ସଟ୍ ସହିତ ‘ଆଦିପୁରୁଷ’ କ’ଣ କରିବ ତାହା ସ୍ପଷ୍ଟ ଦେଖାଯାଉଛି । ସେଥିପାଇଁ କୁହାଯାଉଛି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ବାହୁବଲୀଙ୍କ ରେକର୍ଡ ଭାଙ୍ଗିଛି ।

ଏଥିରେ ପ୍ରଭାସଙ୍କ ବ୍ୟତୀତ ଅଭିନେତ୍ରୀ କ୍ରିତି ସାନନ୍ ମଧ୍ୟ ନଜର ଆସିବେ ଯିଏ ଏହି ଫିଲ୍ମରେ ସୀତା ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ସୈଫ୍‌ ଅଲି ଖାନ ରାବଣ ଭୂମିକାରେ ଅଛନ୍ତି ଏବଂ ସୋନୁ କି ସୁଇଟି ଫେମ୍ ସନ୍ନି ସିଂ ଏହି ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ହିନ୍ଦୀ ବ୍ୟତୀତ ଅନେକ ଭାଷାରେ ମୁକ୍ତିଲାଭ କରିବ । ଯାହା ଆଗାମୀ ବର୍ଷ ଅଗଷ୍ଟ ୨୨ରେ ରିଲିଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.