WTC Final: ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବ କଡ୍ଡା ମୁକାବିଲା, ଫାଇନାଲ ମ୍ଯାଚ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିଛନ୍ତି ଆକାଶ ଚୋପ୍ରା

ଜୁନ୍‌ ୧୮ ତାରିଖରେ ସାଉଥମ୍ପଟନ୍‌ରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମୁକାବିଲା। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବ କଡ୍ଡା ମୁକାବିଲା। ଏସବୁ ମଧ୍ୟରେ ଦୁଇ ଦଳ ଫାଇନାଲ ମୁକାବିଲା ପାଇଁ ୧୫ ଜଣିଆ ଦଳ ଘୋଷଣା କରି ସାରିଛନ୍ତି। ତେବେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟସମ୍ୟାନ୍‌ ଆକାଶ ଚୋପ୍ରା WTC ଫାଇନାଲ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିଛନ୍ତି।

ଆକାଶ ଚୋପ୍ରା ତାଙ୍କ ଟିମରେ ୩ ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଥିବା ବେଳେ ଜଣେ ମାତ୍ର ସ୍ପିନରଙ୍କୁ ସାମିଲ କରିଛନ୍ତି। ସେ ଏକାଦଶରେ ଜସପ୍ରିତ ବୁମରାହ, ମହମ୍ମଦ ସାମିଙ୍କ ପରେ ମହମ୍ମଦ ସିରାଜଙ୍କୁ ସ୍ଥାନ ଦେଇଥିବା ବେଳେ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ବାଦ୍ ଦେଇଛନ୍ତି ଆକାଶ ଚୋପ୍ରା।

ଇଏସପିଏନ କ୍ରିକଇନଫୋକୁ ସାକ୍ଷାତକାରରେ ଆକାଶ ଚୋପ୍ରା କହିଛନ୍ତି ଯେ, ମ୍ୟାଚ୍ ବେଳେ ଆକାଶରେ ବାଦଲ ଘୋଟେଇ ହୋଇ ରହିବ । ମଝିରେ ମଝିରେ ସାମାନ୍ୟ ଖରା ହୋଇପାରେ। ସମ୍ଭାବ୍ୟ ପାଗକୁ ନଜରରେ ରଖି ଟିମ୍ ପ୍ରସ୍ତୁତ ହୋଇଛି । ସେ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତରେ ୫ ଓ୍ୱିକେଟ୍ ନେଇଥିଲେ ସିରାଜ। ଏପରି ବୋଲରଙ୍କୁ ବାଦ୍ ଦେବା କଠିନ। ଇଶାନ୍ତ, ସାମି ଓ ବୁମରାହ ସିମ୍ ବୋଲର। ସିରାଜ ଏମାନଭଙ୍କଠାରୁ ଭିନ୍ନ ଅଟନ୍ତି ବୋଲି ସେ କହିଛନ୍ତି।

ଭାରତୀୟ ଟିମ୍: ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଶଭମନ ଗିଲ୍, ଚେତେଶ୍ବର ପୂଜାରା, ଋଷଭ ପନ୍ତ, ହନୁମା ବିହାରୀ,ଆର ଅଶ୍ୱିନ, ଜସପ୍ରିତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.