ସାରେଗାମାପାର ପୂର୍ବତନ ହୋଷ୍ଟ୍ ଆଦିତ୍ୟ ନାରାୟଣ ଦେଲେ ଝିଅର ନିଆରା ନାଁ! ଜାଣନ୍ତୁ କ’ଣ

ସିଙ୍ଗିଙ୍ଗ୍ ରିୟାଲିଟି ଶୋ’ ସାରେଗାମାପାରୁ ନିକଟରେ ବିଦାୟ ନେଇଥିବା ହୋଷ୍ଟ ତଥା ପ୍ଲେବ୍ୟାକ ସିଙ୍ଗର ଆଦିତ୍ୟ ନାରାୟଣ ନିଜ ନ୍ୟୁ ବର୍ଣ୍ଣ ବେବିର ନାମ ଫ୍ୟାନମାନଙ୍କ ସହିତ ସେୟାର କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଫ୍ୟାନମାନଙ୍କ ସହିତ ଫନ୍ ଚ୍ୟାଟ୍ରେ ଆଦିତ୍ୟ ଝିଅର ନାଁ ଜଣାଇଥିଲେ। ସେ ତାଙ୍କ ଝିଅର ନାମ ତ୍ୱିଷା ନାରାୟଣ ଝା ରଖିଛନ୍ତି। ଏଥିସହିତ ଫ୍ୟାନମାନେ ଯେତେବେଳେ ଆଦିତ୍ୟଙ୍କୁ ତାଙ୍କ ଝିଅର ଫଟୋ ସେୟାର କରିବାକୁ ନେଇ ପ୍ରଶ୍ନ କରିଥିଲେ, ତ ସେ ମଜାଳିଆ ଢଙ୍ଗରେ ଉତ୍ତର ରଖିଥିଲେ।
ଆଦିତ୍ୟ ନାରାୟଣ ନିକଟରେ ସୋସିଆଲ ମିଡିଆରେ ଫ୍ୟାନମାନଙ୍କ ପାଇଁ ପ୍ରଶ୍ନ ଉତ୍ତର ସେସନ୍ ରଖିଥିଲେ, ଯେଉଁଥିରେ ଫ୍ୟାନମାନେ ତାଙ୍କୁ ସାରେଗାମାପା ଶୋ’ ଛାଡ଼ିବାଠାରୁ ଆରମ୍ଭ କରି ତାଙ୍କ ପରିବାରକୁ ନେଇ ପ୍ରଶ୍ନ ପଚାରିଥିଲେ। ଆଦିତ୍ୟଙ୍କର ଜଣେ ଫ୍ୟାନ୍ ତାଙ୍କ ଝିଅର ଫଟୋ ସେୟାର କରିବାକୁ କହିଥିଲେ। ହେଲେ ଏଥିରେ ଆଦିତ୍ୟ ମଜାଳିଆ ଢଙ୍ଗରେ ଉତ୍ତର ରଖିଥିଲେ ଯେ ଏଥିପାଇଁ ତାଙ୍କୁ ବେବିର ମମ୍ମିଙ୍କଠାରୁ ଅନୁମତି ନେବାକୁ ହେବ। ଯେମିତିକି ବଡ଼ମାନେ କୁହନ୍ତି, ଜନ୍ମର ୪୦ ଦିନ ପରେ ହିଁ ଶିଶୁକୁ ସର୍ବସମ୍ମୁଖକୁ ଆଣିବା ଉଚିତ୍।

ଫ୍ୟାନ୍ମାନେ ଯେତେବେଳେ ଆଦିତ୍ୟଙ୍କୁ ବେବିର ନାମକୁ ନେଇ ପ୍ରଶ୍ନ କରିଥିଲେ, ତ ସେ କହିଥିଲେ, ‘ମୁଁ ଜଣେ ହିଁ ଥିଲି, ଯିଏ ଝିଅର ନାମ ଉପରେ ରିସର୍ଚ୍ଚ କରୁଥିଲି। ବାକି ସମସ୍ତେ ପୁଅର ନାମ ହିଁ ଖୋଜିବାରେ ବ୍ୟସ୍ତ ଥିଲେ’। କହି ରଖୁଛୁ, ୨୪ ଫେବୃୟାରୀରେ ଆଦିତ୍ୟ ନାରାୟଣ ବାପା ହୋଇଥିଲେ। ତାଙ୍କ ଘରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ମାର୍ଚ୍ଚ ୪ରେ ସେ ନିଜର ଖୁସି ଖବର ଫ୍ୟାନମାନଙ୍କ ସହ ସେୟାର କରିଥିଲେ।