ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କଲେ ଅଦନାନ ସାମି, ଲେଖିଲେ ‘ଅଲବିଦା’

ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅଦନାନ ସାମି ନିଜ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛନ୍ତି। ଅଦନାନ ନିଜ ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କରିଛନ୍ତି। ଅଦନାନ କେବଳ ଗୋଟିଏ ପୋଷ୍ଟ ଇନଷ୍ଟାରେ ରଖିଛନ୍ତି, ଯେଉଁଥିରେ ‘ଅଲବିଦା’ ବୋଲି ଲେଖାଯାଇଛି। ଅଦନାନ ହଠାତ୍‌ ପୋଷ୍ଟ ଡିଲିଟ୍‌ କରିବା ଫ୍ୟାନ୍ସ ଚିନ୍ତାରେ ରହିଛନ୍ତି। ଯାହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଲାଗିଛି।

 

View this post on Instagram

 

A post shared by Adnan Sami (@adnansamiworld)

ସୂଚନା ମୁତାବକ, ଅଦନାନ ସାମି ନିଜର ସବୁ ଇନଷ୍ଟା ପୋଷ୍ଟ ଡିଲିଟ୍‌ କରିବା ପରେ ଗୋଟିଏ ଭିଡିଓ ରଖିଛନ୍ତି। ଏହି ଭିଡିଓ ପୋଷ୍ଟରରେ ଅଲବିଦା ଲେଖାଯାଇଛି। ଆଉ ଅଦନାନଙ୍କ ଇନଷ୍ଟା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯାହାକୁ ନେଇ ଫ୍ୟାନ୍ସ ଅନେକ କମେଣ୍ଟ ଦେଉଛନ୍ତି।

କିଏ ଏହାକୁ ଅଦନାନଙ୍କ ନୂଆ ଗୀତ ଆସୁଥିବା କହୁଥିବା ବେଳେ ଆଉ କିଏ ପବ୍ଲିସିଟି ପାଇଁ ନୂଆ ଉପାୟବୋଲି କହୁଛି। ନିଜେ ସବୁ ପୋଷ୍ଟ ଡିଲିଟ୍‌ କରିବା ପରେ ଅଦନାନ କୌଣସି ପ୍ରକାର ସଫେଇ ମଧ୍ୟ ଦେଇନାହାନ୍ତି। ଇନଷ୍ଟାଗ୍ରାମରେ ଅଦନାନଙ୍କ ୬୭୨ ହଜାର ଫଲୋୟର୍ସ ରହିଛନ୍ତି। ଏହାଛଡା ସବୁବେଳେ ଇନଷ୍ଟାରେ ଆକ୍ଟିଭ ରୁହନ୍ତି ଅଦନାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.