ବିଦ୍ୟାଙ୍କ ପରେ ଏହି ଅଭିନେତା ଶିଖାଇଲେ ମାସ୍କ ତିଆରି, ପୁରୁଣା ‘ଟି-ସାର୍ଟ’ରେ ବନାଇଲେ ମାସ୍କ

କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱରେ ଲକଡାଉନ ଜାରି କରାଯାଇଛି। ସେହିଭଳି ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ପ୍ରୟାସ ଜାରି ରହିଛି। ଏଥିପାଇଁ ଲୋକମାନଙ୍କୁ ସର୍ବଦା ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସଚେତନ କରାଯାଉଛି। ଏନେଇ ବଜାରରେ ମାସ୍କର ଅଭାବ ଦେଖାଯାଉଥିବା ବେଳେ ଲୋକମାନେ ଘରେ ପୁରୁଣା କପଡ଼ାରେ ମାସ୍କ ତିଆରି କରି ବ୍ୟବହାର କରୁଛନ୍ତି। ଏହି ଲିଷ୍ଟରେ ବଲିଉଡର ବଡ ବଡ କଳାକାରମାନେ ମଧ୍ୟ ରହିଛନ୍ତି। ସୂଚନା ମୁତାବକ ଅଭିନେତାମାନେ ମଧ୍ୟ ଏହି ସମୟରେ ଘରେ ରହି କିପରି ମାସ୍କ ତିଆରି କରିପାରିବେ ତାହା ବୁଝାଇଛନ୍ତି।

 

View this post on Instagram

 

A post shared by Ronit Bose Roy (@ronitboseroy) on

ଗତ କିଛି ଦିନ ପୂର୍ବରୁ ଅଭିନେତ୍ରୀ ବିଦ୍ୟା ବାଲନଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଭିଡ଼ିଓରେ ବିଦ୍ୟା ବ୍ଲାଉଜ ପିସରେ ମାସ୍କ ତିଆରି କରିବା ବିଷୟରେ ବୁଝାଉଛନ୍ତି। ବିଦ୍ୟାଙ୍କର ଏହି ଭିଡ଼ିଓକୁ ମଧ୍ୟ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି। ଏନେଇ ବର୍ତ୍ତମାନ ଜଣେ ଅଭିନେତା ମଧ୍ୟ ଘରେ ରହି ସହଜରେ ମାସ୍କ ତିଆରି କରିବାର ଉପାୟ ବତାଇଛନ୍ତି। ଏହି ଅଭିନେତା ହେଉଛନ୍ତି ରୋନିତ ରାୟ। ରୋନିତ ଘରେ ଥିବା ପୁରୁଣା ସାର୍ଟରେ ମାସ୍କ ତିଆରି କରିବାର ସହଜ ଉପାୟ ବତାଇଛନ୍ତି।

vidya-balan-mask

ରୋନିତ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏହି ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ ଏକ ପୁରୁଣା ସାର୍ଟରେ ମାସ୍କ ତିଆରି କରିବା ଶିଖାଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡ଼ିଓ ଅପଲୋଡ଼ କରିବା ସହ ରୋନିତ ଲେଖିଛନ୍ତି, ‘ନୋ ମାସ୍କ? ଟେନସନ ନେହି ଲେନେକା! ସିଂପଲ ହେ!’ ରୋନିତଙ୍କ ଏହି ଆଇଡିଆକୁ ଫ୍ୟାନ୍ସମାନେ ଖୁବ ତାରିଫ କରିଛନ୍ତି। ସମସ୍ତେ କହିଛନ୍ତି ମାସ୍କ ତିଆରି କରିବାର ଏହା ଏକ ଉତ୍ତମ ଉପାୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.