ବକ୍ସ ଅଫିସରେ ଧୂଆଁଦାର ଆୟ କରୁଛି ‘ଦ୍ରିଶ୍ୟମ ୨’, ୧୦୦ କୋଟି କ୍ଲବରେ ଖୁବଶୀଘ୍ର ହେବ ସାମିଲ

ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦ୍ରିଶ୍ୟମ ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ସସପେନ୍ସ କ୍ରାଇମ ଥ୍ରୀଲର ଫିଲ୍ମ ୧୮ ନଭେମ୍ବରରେ ରିଲିଜ ହୋଇଥିଲା। ଫିଲ୍ମ ରିଲିଜ ହେବାର ୫ ଦିନ ହୋଇଗଲାଣି। ଆଉ ଫିଲ୍ମ ନିଜ ବଜେଟ ଠାରୁ ଅଧିକ ଆୟ କରିସାରିଲାଣି। ଫିଲ୍ମଟି ଏପର୍ଯ୍ୟନ୍ତ ୮୭ କୋଟି ଟଙ୍କା ଆୟ କରିସାରିଲାଣି ।

‘ଦ୍ରିଶ୍ୟମ ୨’ ରିଲିଜ ହେବାର ପ୍ରଥମ ଦିନରେ ୧୫.୩୮ କୋଟି, ଦ୍ୱିତୀୟ ଦିନରେ ୨୧.୫୯ କୋଟି, ତୃତୀୟ ଦିନ ୨୭.୧୭ କୋଟି ଆୟ କରିଥିଲା। ସେହିପରି ଚତୁର୍ଥ ଦିନ ୪୧ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମଟି ୪ ଦିନରେ ୬୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। ତେବେ ୫ମ ଦିନରେ ୧୧ରୁ ଅଧିକ ଆୟ କରି ମୋଟ ୮୭.୦୧ କୋଟି ଟଙ୍କା ଆୟ କରିସାରିଲାଣି।

ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ‘ଦ୍ରିଶ୍ୟମ ୨’ ୨୦୧୫ରେ ଆସିଥିବା ଫିଲ୍ମ ‘ଦ୍ରିଶ୍ୟମ’ର ସିକ୍ୱେଲ। ଏହି ଫିଲ୍ମର ବଜେଟ ୫୦ କୋଟି ଟଙ୍କା ରହିଥିଲା। ତେବେ ‘ଦ୍ରିଶ୍ୟମ ୨’ ୧୦୦ କୋଟି କ୍ଲବରେ ସାମିଲ ହେବାର ସମ୍ଭାବନା ରହିଛି। ଏହି ଫିଲ୍ମରେ ଅଜୟ ଦେବଗନ, ତବୁ, ଶ୍ରିୟା ସରନ, ଅକ୍ଷୟ ଖାନ୍ନା, ଈଶିତା ଦତ୍ତା, ମୃଣାଲ ଯାଦବ, ରଜତ କପୁର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

ଫିଲ୍ମର ପ୍ରଥମ ଭାଗ ‘ଦ୍ରିଶ୍ୟମ’ର ସସପେନ୍ସ ଏବଂ ଥ୍ରୀଲର କାହାଣୀ ଉପରେ ଏପର୍ଯ୍ୟନ୍ତ ପରଦା ଉଠିନଥିବା ବେଳେ ଦ୍ରିଶ୍ୟମ ୨ରେ ବିଜୟ ସଲଗାଓ୍ଵଙ୍କର(ଅଜୟ ଦେବଗନ)ଙ୍କ ରାଜରୁ ପରଦା ଉଠିବ। ଯେଉଁଥିରେ ଅଜୟ ଦେବଗନ ନିଜ ପରିବାରକୁ ବଞ୍ଚାଇବା ପାଇଁ ମାୟାଜାଲ ତିଆରି କରୁଛନ୍ତି।

ଫିଲ୍ମ ‘ଦ୍ରିଶ୍ୟମ ୨’ ପରେ ଅଜୟ ଏବଂ ତବୁଙ୍କୁ ପୁଣିଥରେ ଫିଲ୍ମ ‘ଭୋଲା’ରେ ଦେଖିବାକୁ ପାଇବେ। ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ୨୦୨୩ ଆରମ୍ଭରେ ଏହି ଫିଲ୍ମଟି ରିଲିଜ୍ ହୋଇପାରେ। ଅଭିନେତା ଫିଲ୍ମର ଏକ ଛୋଟ ଭିଡିଓ ସେୟାର କରି ଟିଜର ଘୋଷଣା କରିଛନ୍ତି। ଶୁଣିବାକୁ ମିଳିଛି ଫିଲ୍ମଟି 3D ରେ ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.