ହଙ୍ଗଲଙ୍କ ଜୀବନର ଶେଷ ସମୟରେ ଚିକିତ୍ସା ପାଇଁ ନଥିଲା ଟଙ୍କା , ସୋଲେର ଏହି ଅଭିନେତା ଦେଇଥିଲେ ସାହାଯ୍ଯ

ମୁମ୍ବାଇ : ବଲିଉଡ଼ର ସୁପରହିଟ ଫିଲ୍ମ ସୋଲେରେ ଇମାମ ସାହେବଙ୍କୁ କିଏ ବା ଭୁଲି ପାରିବ। ଫିଲ୍ମର ଡ଼ାଏଲୋଗ “ଇତନା ସନ୍ନାଟା କ୍ଯୁ ହୈ” ଭାଇ ଆଜି ମଧ୍ୟ ଦର୍ଶକଙ୍କ ମନରେ ଚିରସବୁଜ। ଏହି ଗୋଟିଏ ଡ଼ାଏଲୋଗ ଅଭିନେତା ଏକେ ହଙ୍ଗଲଙ୍କୁ ସମସ୍ତ ମଧ୍ୟରେ ପରିଚିତ କରାଇଥିଲା। ୨୨୫ଟି ଫିଲ୍ମରେ ଅଭିନୟ କରିଥିବା ହଙ୍ଗଲଙ୍କ ଦେହାନ୍ତ ୯୮ ବର୍ଷରେ ୨୬ଅଗଷ୍ଟ ୨୦୧୨ ମସିହାରେ ହୋଇଥିଲା। ବହୁତ କମ ଲୋକ ଜାଣିଥିବେ ତାଙ୍କୁ ଶେଷ ସମୟରେ ଟଙ୍କା ଅଭାବ ଦେଖିବାକୁ ପଡ଼ିଥିଲା। ଏପରିକି ତାଙ୍କ ପାଖରେ ଔଷଧ ଏବଂ ଚିକିତ୍ସା ପାଇଁ ମଧ୍ୟ ଟଙ୍କା ରହିନଥିଲା।

Hangal

ଏକେ ହଙ୍ଗଲ ରଖିଥିଲେ। ୫୨ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ ତିସରୀ କସମ ବାସୁ ଭଟ୍ଟଚାର୍ଜଙ୍କ ନିଦ୍ଧେଶନାରେ କରିଥିଲେ।ସେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଦମାଦାର ଚରିତ୍ରରେ ଅଭିନୟ କରିଛନ୍ତି। ନିଜର ୪୦ ବର୍ଷର କ୍ଯାରିୟରରେ ସେ ପାଖାପାଖି ୨୨୫ଟି ଫିଲ୍ମ କରିଛନ୍ତି।

ନିଶ୍ଚିତ ପଢ଼ନ୍ତୁ : ଅଭିନେତା ସନ୍ନିଙ୍କ ଇଛା ପ୍ରସ୍ତୁତ କରିବେ ବାପାଙ୍କ ବାୟୋପିକ୍

ପଦ୍ମଭୁଷଣ ପୁରସ୍କାରରେ ସମ୍ମାନୀତ ହଗଲ ନିଜର ଶେଷ ସମୟ ଏକ ଛୋଟ କୋଠରୀରେ ଆର୍ଥିକ ଅଭାବରେ ବିତାଇଥିଲେ। ଏହି ସମୟରେ ହଙ୍ଗଲଙ୍କ ପାଇଁ ସହୟାତାର ହାତ ବଢ଼ାଇଥିଲେ ବଲିଉଡ଼ର ସେହେନ୍ସା। ଯେତେବେଳେ ହଙ୍ଗଲଙ୍କ ପୁଅ ଅମିତାଭଙ୍କୁ ଟଙ୍କା ଅଭାବ ଯୋଗୁଁ ଖରାପ ପରିସ୍ଥିତିରେ ହଙ୍ଗଲ ରହିଥିବା କହିଥିଲେ ଅଭିତାଭ ତୁରନ୍ତ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ। ଖାଲି ସେତିକି ନୁହଁ କରଣ ଜୋହର ଏବଂ ବଲିଉଡ଼ର ଅନେକ କଳାକାର ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ଯବସ୍ଥା ଦିନକୁ ଦିନ ଆହୁରୀ ଖରାପ ହୋଇଥିଲା ଶେଷରେ ସେ ୨୦୧୨ ମସିହାରେ ଇହଧାମ ତ୍ଯାଗ କରିଥିଲେ। ହଗଲଙ୍କୁ ଶେଷ ଥର ପାଇଁ ୨୦୦୮ ମସିହାରେ ଫିଲ୍ମ ହମସେ ହୈ ଜମାନାରେ ଦେଖିବାକୁ ମିଳିଥିଲା।