କେଦାରନାଥ ଦର୍ଶନ ପାଇଁ ଭିଡ଼ରେ ପହଞ୍ଚିଲେ ଅକ୍ଷୟ କୁମାର; ହାତ ଟେକି କହିଲେ ହର ହର ମହାଦେବ

ବଲିଉଡ ଅଭିନେତା ଅକ୍ଷୟ କୁମାର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିଛନ୍ତି । ସେ ତାଙ୍କ କପାଳରେ ନାଲି ଏବଂ ହଳଦିଆ ତିଳକ ଲଗାଇଛନ୍ତି । ଅକ୍ଷୟ କୁମାର ମନ୍ଦିରରୁ ବାହାରି ଦୁଇ ହାତକୁ ଟେକି ଫ୍ୟାନ୍ସଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସେ ହର ହର ମହାଦେବ କହିଥିଲେ ।

(କେନ୍ୟୁଜ ବ୍ୟୁରୋ): ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ସେ ତାଙ୍କ ସିକ୍ୟୁରିଟି ଗାର୍ଡ଼ଙ୍କ ସହିତ କେଦାରନାଥ ମନ୍ଦିରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ଚାରିପାଖରେ ଫ୍ୟାନ୍ସମାନଙ୍କ ଭିଡ ମଧ୍ୟ ଦେଖାଯାଇଛି ।

ଏହି ଭିଡିଓରେ ସେ ତାଙ୍କ କପାଳରେ ନାଲି ଏବଂ ହଳଦିଆ ତିଳକ ଲଗାଇଛନ୍ତି । ଅକ୍ଷୟ କୁମାର ଏକ କଳା ଟି-ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଭଗବାନଙ୍କୁ ଦେଖିବା ପରେ ଅକ୍ଷୟ କୁମାର ମନ୍ଦିରରୁ ବାହାରି ଦୁଇ ହାତକୁ ଟେକି ଫ୍ୟାନ୍ସଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସେ ହର ହର ମହାଦେବ କହିଥିଲେ ।

ଅକ୍ଷୟ କୁମାର ବର୍ତ୍ତମାନ ଦେହରାଦୁନରେ ସୁଟିଂ କରୁଥିବା ସୂଚନା ମିଳିଛି । ଅକ୍ଷୟ କୁମାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ବାବା କେଦାରନାଥ ମନ୍ଦିରର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ଅକ୍ଷୟ କୁମାର କ୍ୟାପସନରେ ‘ଜୟ ବାବା ଭୋଲେନାଥ’ ଲେଖିଛନ୍ତି । ଅଭିନେତାଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ଏହି ପୋଷ୍ଟଟି ବର୍ତ୍ତମାନ ପର୍ଯ୍ୟନ୍ତ 3 ଲକ୍ଷ 96 ହଜାରରୁ ଅଧିକ ଲାଇକ୍ ପାଇଛି ।

 

View this post on Instagram

 

A post shared by Akshay Kumar (@akshaykumar)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.