ମୁଡ୍‌ ବଦଳିଲା, ମଣ୍ଡପରୁ ଖସି ପଳାଇଲା ବର…୨୦ କିମି ପିଛା କରି କାବୁ କଲା କନ୍ୟା

ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏକ ଅଜବ ଘଟଣା। ଏଠାରେ ବିବାହ ପୂର୍ବରୁ ବର ମଣ୍ଡପ ଛାଡ଼ି ଖସି ପଳାଇ ଯାଇଥିଲା। କନ୍ୟା ଯେତେବେଳେ ଏ କଥା ଜାଣିବାକୁ ପାଇଲା, ତ ନିଜେ ବରକୁ ଖୋଜିବା ପାଇଁ ବାହାରି ପଡ଼ିଲା।

ଉତ୍ତର ପ୍ରଦେଶର ବରେଲିରେ ଘଟିଛି ଏକ ଅଜବ ଘଟଣା। ଏଠାରେ ବିବାହ ପୂର୍ବରୁ ବର ମଣ୍ଡପ ଛାଡ଼ି ଖସି ପଳାଇ ଯାଇଥିଲା। କନ୍ୟା ଯେତେବେଳେ ଏ କଥା ଜାଣିବାକୁ ପାଇଲା, ତ ନିଜେ ବରକୁ ଖୋଜିବା ପାଇଁ ବାହାରି ପଡ଼ିଲା। ଶେଷରେ କନ୍ୟା, ବରକୁ ଖୋଜି ପାଇବାରେ ସକ୍ଷମ ହୋଇଥିଲା। ଏହାପରେ ବରକୁ ଧରି ମନ୍ଦିରରେ ପହଞ୍ଚିଥିଲା ଏବଂ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଖବରରୁ ଜଣାପଡ଼ିଛି ଯେ ଦୁହେଁ ପାଖାପାଖି ଦେଢ଼ ବର୍ଷ ଧରି ରିଲେସନଶିପ୍‌ରେ ଥିଲେ। ସେମାନେ ସାତ ଜନମ ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲେ। କନ୍ୟା ବରେଲି ପୁରୁଣା ସହରର ହୋଇଥିବା ବେଳେ ବର ବିସୌଲିର ନିବାସୀ। ଯୁବକଙ୍କ ପରିବାର ଲୋକଙ୍କୁ ଯେତେବେଳେ ଏହି ସମ୍ପର୍କ ବିଷୟରେ ଜଣାପଡ଼ିଥିଲା, ତ ସେମାନେ ବିବାହର ଚାପ ପକାଇଥିଲେ। ଦୁହେଁ ବିଧିବଦ୍ଧ ଭାବେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମନ୍ଦିରରେ ମଣ୍ଡପ ସଜାଯାଇଥିଲା। କନ୍ୟା ମେକ୍‌ଅପ ନେବାକୁ ପାର୍ଲର ଯାଇଥିଲା। ହେଲେ ଏହାରି ଭିତରେ ବରର ମୁଡ୍‌ ବଦଳି ଯାଇଥିଲା ଏବଂ ସେ ମଣ୍ଡପ ଛାଡ଼ି ଫେରାର୍‌ ହୋଇଯାଇଥିଲା।

ସେପଟେ କନ୍ୟା ବିବାହ ପୋଷାକରେ ବର ଅପେକ୍ଷାରେ ରହିଥିଲା। କିନ୍ତୁ ଯେତେବେଳେ ବର ଅଧିକ ସମୟ ଧରି ଫେରି ନ ଥିଲା, ତ କନ୍ୟା ତାଙ୍କୁ ଫୋନ୍‌ କରିଥିଲେ। ଏହି ସମୟରେ ବର କହିଥିଲା ଯେ ସେ ନିଜ ମା’ଙ୍କୁ ଆଣିବା ପାଇଁ ଘରକୁ ଯାଉଛନ୍ତି। ଏହାପରେ କନ୍ୟା ନିଜେ ତାଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଥିଲା।

ଏହାରି ଭିତରେ ବର ପାଖାପାଖି ୨୦ କିମି ଦୂର ଯାଇ ବସ୍‌ରେ ବସିସାରିଥିଲା। କନ୍ୟା ଜଣକ ତାଙ୍କୁ ଖୋଜି ଖୋଜି ସେଠାରେ ପହଞ୍ଚିଥିଲା ଏବଂ ବରକୁ ଧରି ଫେରିଥିଲା। ପାଖାପାଖି ୨ ଘଣ୍ଟା ଧରି ଉଭୟଙ୍କର ନାଟକ ଜାରି ରହିଥିଲା। ଶେଷରେ ବର ବିବାହ ପାଇଁ ରାଜି ହେବା ପରେ ମନ୍ଦିରରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.