ପୁଣି ଏକ ରୟାଲ ଫ୍ଲାଟ୍‌ କିଣିଲେ ଖିଲାଡ଼ି ଅକ୍ଷୟ କୁମାର! ଦାମ୍‌ ଏତେ ଯେ ୧୦୦୦ଟି ଦାମୀ କାର୍‌ ହୋଇଯିବ

ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାର ଇଣ୍ଡଷ୍ଟ୍ରୀର ସବୁଠୁ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ନିଜ ଫିଲ୍ମ ଓ ଅଭିନୟ ମାଧ୍ୟମରେ ସବୁବେଳେ ଲୋକଙ୍କୁ ଏଣ୍ଟରଟେନ୍‌ କରିଥାନ୍ତି। ଆକ୍ସନ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଆକ୍ସନ୍‌ ସିନ୍‌ ଦେଖିବାକୁ ଏବେ ବି ଲୋକମାନେ ଚାହିଁ ରହିଛନ୍ତି। ଇଣ୍ଡଷ୍ଟ୍ରୀର ଫିଟ୍‌ ଅଭିନେତାଙ୍କ ମଧ୍ୟରୁ ସେ ଜଣେ। ଏଣୁ ପୂରା ଦୁନିଆରେ ଲୋକମାନେ ଅକ୍ଷୟଙ୍କୁ ପସନ୍ଦ କରିଥାନ୍ତି। ଏବେ ଖବର ଆସୁଛି ଯେ ଅକ୍ଷୟ କୁମାର ଏକ ନୂଆ ଫ୍ଲାଟ୍‌ କିଣିଛନ୍ତି। ଏହି ଆଲିଶାନ୍‌ ଫ୍ଲାଟ୍‌ର ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ।

ରିପୋର୍ଟ ମୁତାବକ, ଅକ୍ଷୟ କୁମାର ଏକ ଲଗ୍‌ଜ୍ୟୁରୀ ନୂଆ ଫ୍ଲାଟ୍‌ କିଣିଛନ୍ତି। ଏହି ଫ୍ଳାଟ୍‌ର ଦାମ୍‌ ୭.୮ କୋଟି ଟଙ୍କା। କୁହାଯାଉଛି ଯେ ତାଙ୍କର ଏହି ନୂଆ ଫ୍ଲାଟ୍‌ ଖାର ୱେଷ୍ଟର ଜଏ ଲିଜେଣ୍ଡ ବିଲ୍ଡିଂର ୧୯ ତମ ମହଲାରେ ରହିଛି।

 

View this post on Instagram

 

A post shared by Akshay Kumar (@akshaykumar)

ଏହି ଆପାର୍ଟମେଣ୍ଟକୁ ନେଇ ଏବେ ଯାଏଁ କୌଣସି ଅଫିସିଆଲ ସୂଚନା ମିଳିନାହିଁ। କିନ୍ତୁ ଯେବେ ଠାରୁ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଛି, ଫ୍ୟାନ୍‌ମାନେ ଅକ୍ଷୟଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଏବେ ଯାଏଁ ଖିଲାଡ଼ି କୁମାରଙ୍କ ଠାରୁ ଏ ନେଇ କୌଣସି ବୟାନ ଜାରି ହୋଇ ନାହିଁ।

 

View this post on Instagram

 

A post shared by Akshay Kumar (@akshaykumar)

ସୂଚନାଯୋଗ୍ୟ ଯେ ଅକ୍ଷୟ କୁମାର ରୟାଲ ଜୀବନ ବିତାଇବାକୁ ଖୁବ୍‌ ପସନ୍ଦ କରନ୍ତି। ସେ ଗତ ମାସରେ ନିଜର ଏକ ଅଫିସ ବିକ୍ରି କରିଛନ୍ତି। ଯାହାର ଦାମ୍‌ ମଧ୍ୟ କୋଟିଏରୁ ଊର୍ଦ୍ଧ୍ୱ ଥିଲା। ତେବେ ବର୍ତ୍ତମାନ ଖବର ଆସିଛି ଯେ ସେ ଏକ ଫ୍ଲାଟ୍‌କୁ ନିଜ ନାଁରେ କରିଛନ୍ତି। ସୂଚନାଯୋଗ୍ୟ ଯେ ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ଫିଲ୍ମ ସହ ବକ୍ସ ଅଫିସ୍‌ରେ ଏବେ ହିଟ୍‌ ଲିଷ୍ଟରେ ଅଛନ୍ତି।