ଅକ୍ଷୟଙ୍କ ସର୍ଟ ଫିଲ୍ମ ରିଲିଜ୍, ଜଣାଇଲେ ଅନଲକ୍ ପରେ ବାହାରକୁ ବାହାରିବେ କିପରି

ସମଗ୍ର ଦେଶରେ କରୋନା ଭାଇରସର ପ୍ରଭାବ ବଢିବା କାରଣରୁ ଲକଡାଉନ୍ ବଢିବାରେ ଲାଗିଛି। ଏନେଇ ଫିଲ୍ମ ଏବଂ ଧାରାବାହିକର ସୁଟିଂ ମଧ୍ଯ ବନ୍ଦ ହୋଇଯାଇଛି। କିନ୍ତୁ ଲକଡାଉନ ମଧ୍ଯରେ ବଲିଉଡ ଖିଲାଡି ଅର୍ଥାତ ଅକ୍ଷୟ କୁମାର ଏକ ସର୍ଟ ଫିଲ୍ମର ସୁଟିଂ କରିସାରିଛନ୍ତି, ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ଅନଲକ୍ ହେବା ପରେ କିପରି ଘରୁ ବାହାରି ଯାତ୍ରା କରିବେ ସେହି ସମ୍ପର୍କରେ ଲୋକମାନଙ୍କୁ ବୁଝାଇଛନ୍ତି।

aaସୂଚନା ମୁତାବକ ବର୍ତ୍ତମାନ ଜାରି ରହିଥିବା ଲକଡାଉନରେ ଧିରେ ଧିରେ ନିୟମ କୋହଳ ହେବାରେ ଲାଗିଛି। ଏନେଇ ସରକାର ମଧ୍ଯ ସଚେତନତା ସୃଷ୍ଟି କରିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିଭଳି ଅକ୍ଷୟ କୁମାର ହେଉଛନ୍ତି ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସେଡର ଏବଂ ଏହି କାମ ପାଇଁ ମଧ୍ଯ ସରକାର ତାଙ୍କୁ ଚୟନ କରିଛନ୍ତି। ରିପୋର୍ଟ ଅନୁଯାୟୀ ଅକ୍ଷୟ ଆର.ବାଲ୍କୀ ନିର୍ଦେଶିତ ଏକ ସର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ସାବଧାନତାର ସହ କାମ କରିବା ପାଇଁ ସୂଚନା ଦେଇଛନ୍ତି।

aa1ଏହି ସର୍ଟ ଫିଲ୍ମକୁ ପିଆଇବି ନିଜର ଅଧିକାରୀକ ଟ୍ବିଟର ହ୍ଯାଣ୍ଡେଲ ଜରିଆରେ ସେୟାର କରାଯାଇଛି। ଦେଢ ମିନିଟ୍ ର ଏହି ସର୍ଟ ଭିଡିଓରେ ଅକ୍ଷୟ କୁମାର ଗାଁର ପୁଅ ବବୁଲ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର ଦେଶରେ ଅନଲକ୍ ଆରମ୍ଭ ହେବା ପରେ ମାସ୍କ ପିନ୍ଧି ବାହାରକୁ ବାହାରିବା ସମୟରେ ଗାଁ ମୁଖିଆ ତାଙ୍କୁ ଅଟାକାଇ କହିଛନ୍ତି, ବର୍ତ୍ତମାନ ମହାମାରୀ ବ୍ଯାପିବାରେ ଲାଗିଛି କୁଆଡେ ବୁଲିବାକୁ ବାହାରିଲ। ସେହିସମୟରେ ବବୁଲ ଚରିତ୍ରରେ ଅଭିନୟ କରିଥିବା ଅକ୍ଷୟ କୁମାର କହିଛନ୍ତି, ବୁଲିବାକୁ ନୁହେଁ ବରଂ ପୂନର୍ବାର କାମକୁ ଯାଉଛି। ଏହି ସମୟରେ ବବୁଲ ଲୋକମାନଙ୍କୁ କେଉଁ କଥା ଉପରେ ଧ୍ଯାନ ରଖିବାକୁ ହେବ ସେନେଇ ଉପଦେଶ ମଧ୍ଯ ଦେଇଛନ୍ତି।

akshay-kumarଅକ୍ଷୟ କହିଛନ୍ତି, ଯଦି ଆମେ ସର୍ବଦା ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ପରସ୍ପରଙ୍କ ଠାରୁ ଦୂରତା ରଖିବାର ନିୟମ ପାଳନ କରିବା ଦ୍ବାରା ଏହି ରୋଗରୁ ରକ୍ଷା ପାଇପାରିବା। ଏହି ଭିଡିଓରେ କେବଳ ଦୁଇ ଜଣ କଳାକାର ନଜର ଆସିଛନ୍ତି। ଏଥିସହ ଏହି ସର୍ଟ ଫିଳ୍ମକୁ ପାଖାପାଖି ୩ ଘଣ୍ଟାରେ ସୁଟିଂ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.