ଷ୍ଟେଜ୍ରେ ଅଭଦ୍ର ଭାଷାରେ ଗାଳି କଲେ ଆଲିଆ, କରଣ କହିଲେ ‘କ’ଣ ମୁଁ ଏଭଳି ଶିକ୍ଷା ଦେଇଛି?’ ଭାଇରାଲ ହେଉଛି ଭିଡିଓ

ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ଆଲିଆ ଭଟ୍ଟଙ୍କୁ ନିକଟରେ ଜିଓ ମାମି ଫେଷ୍ଟିଭାଲଙ୍କୁ ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମରେ ଆଲିଆ କିଛି ଏଭଳି କହିଦେଇଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା।
ଜିଓ ମାମି ଫେଷ୍ଟିଭାଲରେ କରୀନା ଓ ଆଲିଆ ଷ୍ଟେଜ୍ ଉପରେ ଏକାଠି ବସିଥିଲେ। ଏ ଅବସରରେ ଆଲିଆ କରୀନାଙ୍କୁ ଖୁବ୍ ପ୍ରଶଂସା କରୁଥିଲେ। ପ୍ରଶଂସା କରିବା ବେଳେ ହଠାତ୍ ଆଲିଆଙ୍କ ପାଟିରୁ କିଛି ଅପଶବ୍ଦ ବାହାରିଗଲା। ଯାହାକୁ ଏଡ଼ାଇବା ପାଇଁ ସେ ତୁରନ୍ତ ମାଇକ୍କୁ ପାଟି ପାଖରୁ ହଟାଇଦେଇଥିଲେ। ମାତ୍ର ଉପସ୍ଥିତ ଦର୍ଶକ ତାହା ଶୁଣି ହସିବାକୁ ଲାଗିଥିଲେ।
ଦେଖନ୍ତୁ ଭିଡିଓ:
ତେବେ ଶୋ’ର ହୋଷ୍ଟ କରଣ ଜୋହର ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଘଟଣା ସମ୍ପର୍କରେ କିଛି ବୁଝିନପାରି କରୀନାଙ୍କୁ ଏ ବିଷୟରେ ପଚାରିଥିଲେ। ପରେ କରଣଙ୍କୁ ଆଲିଆ ଗାଳି କରିଥିବା ନେଇ କରୀନା କହିଥିଲେ। ସବୁ ବୁଝିବା ପରେ କରଣ ମଜାରେ ଆଲିଆଙ୍କୁ ଶାସନ କରିବା ଭଙ୍ଗୀରେ କହିଥିଲେ ଯେ, ମୁଁ କ’ଣ ତୁମକୁ ଏହା ଶିକ୍ଷା ଦେଇଛି। ଏହା ଶୁଣି ସମସ୍ତ ଦର୍ଶକ ହସୁଥିବା ଦେଖିବାକୁ ମିଳିଛି।