ରିଷିକୁ ଶ୍ରଦ୍ଧାଞ୍ଜଳି ଜଣାଇ ଝିଅର ନାମ ବାଛିଛନ୍ତି ଆଲିଆ ଏବଂ ରଣବୀର, ଭାବବିହ୍ଵଳ ହେଲେ ନୀତୁ

ବଲିଉଡର ଷ୍ଟାର କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ପରେ ଷ୍ଟାର କପଲ ଲଗାତାର ନୂଆ ଅପଡେଟ୍‌ ଦେଉଛନ୍ତି। ଆଲିଆ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ମା’ ହେବାର ଡ୍ୟୁଟି ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି। ଏହାସହିତ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି, ଏହି ଦମ୍ପତି ପିଲାର ନାମ କ’ଣ ରଖିବେ। ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଲାଗି ରହିଛି।

ରିପୋର୍ଟ ମୁତାବକ, ଆଲିଆ ନିଜ ଝିଅର ନାମ ରିଷି କପୁରଙ୍କ ସହିତ ମିଶୁଥିବା ନାମ ବାଛିଛନ୍ତି। ରିଷିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଝିଅର ନାମ ରଖିବେ। ଆଉ ଏକଥା ନୀତୁ କପୁର ଜାଣିବା ପରେ ଖୁସି ହେବା ସହିତ ଭାବବିହ୍ଵଳ ହୋଇପଡିଛନ୍ତି। ନୀତୁ ନାତୁଣୀକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି । ଏବେ କପୁର ପରିବାର ଝିଅର ନାମ ରଖିବାକୁ ନାମ ବାଛୁଛନ୍ତି। ଖୁବଶୀଘ୍ର ଝିଅର ନାମ ଘୋଷଣା କରିବେ।

 

View this post on Instagram

 

A post shared by Alia Bhatt 💛 (@aliaabhatt)

ଖୁବଶୀଘ୍ର ଆଲିଆ କାମକୁ ଫେରିବେ ବୋଲି ଖବର ମିଳିଛି। ପ୍ରଥମେ ଫିଟନେସ ପ୍ରତି ଧ୍ୟାନ ଦେବା ପରେ କରନ ଜୋହରଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାଣୀର ସୁଟିଂକୁ ଖୁବଶୀଘ୍ର ଫେରିବେ। ଫିଲ୍ମର କିଛି ସିନ୍‌ ସୁଟ୍‌ ହେବାକୁ ବାକି ରହିଛି ।

 

View this post on Instagram

 

A post shared by Alia Bhatt 💛 (@aliaabhatt)

ସୂଚନାଯୋଗ୍ୟ, ଆଲିଆ ଭଟ୍ଟ ୬ ନଭେମ୍ବରରେ ଏଚ୍‌ଏନ ରିଲାଏନ୍ସ ହସ୍ପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ହେବା ପରେ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଖୁସି ଖବରକୁ ସେୟାର କରାଯାଇଥିଲା। ଆଲିଆ ୪ ଦିନ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ଝିଅ ଓ ପତ୍ନୀଙ୍କୁ ହସ୍ପିଟାଲରୁ ଘରକୁ ନେଇ ଯିବା ସମୟରେ ରଣବୀର କପୁରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

ରଣବୀର ଓ ଆଲିଆ ୧୪ ଏପ୍ରିଲ ୨୦୨୨ରେ ନିଜର ମୁମ୍ବାଇସ୍ଥିତ ବଙ୍ଗଳା ‘ବାସ୍ତୁ’ରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କରିଥିଲେ। ଦୁଇ ମାସ ପରେ ଜୁନ୍ ୨୭ରେ ଆଲିଆ ନିଜ ଫ୍ୟାନ୍‌ମାନଙ୍କ ସହ ସେ ମା’ ହେବାକୁ ଯାଉଥିବା ନେଇ ଖୁସି ଖବର ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.