କାମ ପ୍ରେସର ଯୋଗୁ ଅସୁସ୍ଥ ହେଲେ ଆଲିଆ ଭଟ୍ଟ, ମେଡିକାଲରେ କରିବାକୁ ପଡ଼ିଲା ଆଡମିଟ୍‌

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଏକାସାଙ୍ଗେ ଅନେକ ଗୁଡ଼ିଏ ଫିଲ୍ମର ସୁଟିଂ କରୁଛନ୍ତି। ଫଳରେ ତାଙ୍କ ଉପରେ କାମର ଚାପ ବଢ଼ିଯାଇଛି। ଏଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି। ଆଲିଆଙ୍କ ଦେହ ଏତେ ଖରାପ ହୋଇଯାଇଛି ଯେ ତାଙ୍କୁ ମେଡିକାଲରେ ଆଡମିଟ୍‌ କରିବାକୁ ପଡ଼ିଛି। ମାତ୍ର କିଛି ସମୟ ପରେ ଡାକ୍ତର ତାଙ୍କୁ ଡିସ୍‌ଚାର୍ଜ କରିଦେଇଛନ୍ତି।

ରିପୋର୍ଟ ମୁତାବକ, ଜାନୁଆରୀ ୧୭ରେ ଅଚାନକ ଆଲିଆ ଭଟ୍ଟଙ୍କ ଦେହ ଖରାପ ହୋଇଯାଇଥିଲା। ଏଣୁ ତାଙ୍କୁ ସର ଏଚ୍‌ଏନ୍‌ ରିଲାୟନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରୁ ଡାକ୍ତର ତାଙ୍କୁ ଡିସ୍‌ଚାର୍ଜ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଓ ଜାନୁଆରୀ ୧୮ ତାରିଖ ସକାଳେ ସେ ପୁଣିଥରେ ସୁଟିଂକୁ ଫେରିଛନ୍ତି। ତେବେ ଆଲିଆ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ଫିଲ୍ମ ଟିମ୍‌ ତରଫରୁ କୌଣସି ସୂଚନା ସାମ୍ନାକୁ ଆସିନାହିଁ।

ସୂଚନାଯୋଗ୍ୟ ଯେ ଆଲିଆ ଭଟ୍ଟ ଏବେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡ଼ି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଫିଲ୍ମର ସୁଟିଂ ବନ୍ଦ ଥିଲା। କିନ୍ତୁ ଏବେ ତାହା ପୁଣିଥରେ ଆରମ୍ଭ ହୋଇଛି। ଏହା ବ୍ୟତୀତ ସେ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ଓ ଏସ୍‌ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.