ପ୍ରିୟଙ୍କା ଚୋପ୍ରାଙ୍କୁ ଲିଗାଲ ନୋଟିସ୍ ପଠାଇ ଚର୍ଚ୍ଚାରେ ଆନନ୍ଦ ଶିଲା, ତାଙ୍କ ‘ବାୟୋପିକ୍’ରେ ଦେଖିବାକୁ ଚାହୁଁଛନ୍ତି ଆଲିଆଙ୍କୁ, ଜାଣନ୍ତୁ କ’ଣ କହିଲେ ସେ
Indian Guru Rajneesh (Osho) ର ଟ୍ରଷ୍ଟି ଆନନ୍ଦ ଶିଲାଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଯେବେଠାରୁ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି, ସେବେଠାରୁ ସେ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କା ତାଙ୍କ ଉପରେ ବାୟୋପିକ୍ ବନାଇବା ଏବଂ ତାହାକୁ ପ୍ରଡ୍ୟୁସ୍ କରିବାକୁ ନେଇ ଚର୍ଚ୍ଚାରେ ଥିଲେ।
କିନ୍ତୁ ଆନନ୍ଦ ଚାହୁଁଥିଲେ, ଯଦି ତାଙ୍କ ଜୀବନୀ ଉପରେ ଫିଲ୍ମ ତିଆରି ହୁଏ, ତେବେ ତାଙ୍କ ଭୂମିକା ଆଲିଆ ଭଟ୍ଟ ହିଁ କରନ୍ତୁ, ପ୍ରିୟଙ୍କା ନୁହେଁ। ପୂରା ମାମଲାରେ ଏବେ ପ୍ରିୟଙ୍କାଙ୍କ ତରଫରୁ କୌଣସି କମେଣ୍ଟ ଆସିନି। ସେପଟେ ଆଲିଆ ଭଟ୍ଟ କହିଛନ୍ତି, ‘ଯଦି ଆନନ୍ଦ ଶିଲାଙ୍କୁ ଲାଗୁଥାଏ କି ମୁଁ ତାଙ୍କ ଭୂମିକା ପ୍ଲେ କରିପାରିବି, ତା’ହେଲେ ମୁଁ ନିଜକୁ ସମ୍ମାନିତ ଏବଂ କୃତଜ୍ଞ ଅନୁଭବ କରୁଛି। ଆଶା କରୁଛି, ଯଦି ସେହି ପାର୍ଟ ତିଆରି ହୁଏ, ତାହାକୁ ନିଭେଇବାକୁ ମୁଁ ପସନ୍ଦ କରିବି’।
ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ଶିଲା କହିଥିଲେ ଯେ ତାଙ୍କ ଭଉଣୀଙ୍କୁ ଲାଗେ, ସେ ଆଲିଆଙ୍କ ଭଳି ଦେଖାଯାଉଛନ୍ତି। ଆଲିଆଙ୍କ ଭିତରେ ସେହି ସାହସ ଅଛି, ଯାହା ତାଙ୍କ ଭିତରେ ଥିଲା। ଶିଲାଙ୍କ ମତରେ, ଏହା ନ୍ୟାଚୁରାଲ ହୋଇଥାଏ, ଆର୍ଟିଫିସିଆଲ୍ ନୁହେଁ।