ଗ୍ରାହକଙ୍କ ପାଇଁ ଖୁସିଖବର : ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ସହିତ ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍‌

ମଙ୍ଗଳବାର ଅର୍ଥାତ ଆଜି ପେଟ୍ରୋଲ ଏବଂ ଡିଜେଲ ଦାମ୍‌ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଆଜି ଗ୍ରାହକଙ୍କୁ ଏକ ଲିଟର ପେଟ୍ରୋଲ ଏବଂ ଡିଜେଲ ପାଇଁ ଗତକାଲି ଅପେକ୍ଷା କମ୍‌ ଟଙ୍କା ଦେବାକୁ ହେବ। ଏହାପୂର୍ବରୁ ସାତ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ସେହିପରି ଡିଜେଲର ଦାମରେ ଗତ ଦିନରେ ହ୍ରାସ ପାଇଥିବା ସୂଚନା ରହିଥିଲା।

ମଙ୍ଗଳବାର ଦିନ ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦାମ ପାଞ୍ଚ ଟଙ୍କା କମ୍‌ ହୋଇଥିଲା। ସେହିପରି ମୁମ୍ବାଇରେ ଏହା ଚାରି ପଇସା ଶସ୍ତା ହୋଇଛି। ଯାହାପରେ ଏହାର ଦାମ କ୍ରମଶଃ ୭୧.୮୯, ୭୪.୫୩, ୭୪.୬୮ ଏବଂ ୭୭.୫୬ ଟଙ୍କା ପ୍ରତି ଲିଟର ହୋଇଥିଲା। ସେହିପରି ଡିଜେଲ ବିଷୟରେ କହିବା ତ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ଡିଜେଲ ପାଞ୍ଚ ପଇସା କମ୍‌ ହୋଇଛି। ଏହି ସହରରେ ଲୋକଙ୍କୁ ଏକ ଲିଟର ଡିଜେଲ ପାଇଁ କ୍ରମଶଃ ୬୪.୬୫, ୭୬.୯୭, ୭୬.୭୫ ଏବଂ ୯୮.୨୭ ଟଙ୍କା ଦେବାକୁ ହେବ।

gold2ତେବେ ଏବେ ଆସନ୍ତୁ ଜାଣିବା ଭୁବନେଶ୍ୱରରେ କେତେ ରହିଛି ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା କମୁଥିବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଆନ୍ତର୍ଜାତୀୟ ବଜାରରେ ଶୁଦ୍ଧ ବା ୨୪ କ୍ୟାରେଟ ସୁନାଦର ପ୍ରତି ୧୦ ଗ୍ରାମ ୦.୧୯ ପ୍ରତିଶତ ହ୍ରାସ ପାଇ ୪୦,୯୦୭ ଟଙ୍କାରେ ପହଁଚିଛି।

ଭୁବନେଶ୍ୱରରେ ଗତକାଲି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୨,୭୮୦ ଟଙ୍କା ରହିଥିବାବେଳେ ପ୍ରାୟ ଦେଢ଼ଶହ ଟଙ୍କା ହ୍ରାସ ପାଇଛି। ଯାହାଫଳରେ ଆଜି ସୁନା ଦର ୪୨,୬୪୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୩୯,୨୫୦ ଟଙ୍କା ଥିବାବେଳେ ପ୍ରାୟ ୧୦୦ ଟଙ୍କା ହ୍ରାସ ପାଇ ୩୯,୧୦୦ ଟଙ୍କା ରହିଛି।