ଝିଅକୁ ୫୦ କୋଟି ଟଙ୍କାର ଜୁହୁ ବଙ୍ଗଳା ଉପହାର ଦେଲେ ଅମିତାଭ ବଚ୍ଚନ

ଶ୍ୱେତା ନନ୍ଦା ନାମରେ ଜୁହୁ ସ୍ଥିତି ବଙ୍ଗଳା ‘ପ୍ରତିକ୍ଷା’କୁ କଲେ ବିଗ୍‌ ବି । ଏହି ବଙ୍ଗଳାର ଦାମ୍‌ ୫୦ ହଜାର କୋଟି । ପ୍ରାୟ ୧୭,୦୦୦ ବର୍ଗଫୁଟ୍ ଜମିରେ ଥିବା ଏହି ବଙ୍ଗଳାର ଦଲିଲ ହସ୍ତାନ୍ତର ଓ ରେଜିଷ୍ଟ୍ରେସନ୍ ଚଳିତ ମାସ ୮ ତାରିଖରେ ହୋଇସାରିଛି ।

ବଲିଉଡର ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ ଜୁହୁ ସ୍ଥିତ ବଙ୍ଗଳା ‘ପ୍ରତିକ୍ଷା’କୁ ଝିଅ ଶ୍ୱେତା ନନ୍ଦାଙ୍କ ନାମରେ କରିଛନ୍ତି । ଅମିତାଭ ବଚ୍ଚନ ନିଜ ଝିଅକୁ ବଙ୍ଗଳା ଗିଫ୍ଟ ଭାବେ ଦେଇଛନ୍ତି । ଏହି ବଙ୍ଗଳାର ଦାମ୍‌ ୫୦ ହଜାର କୋଟି ବୋଲି ଜଣାପଡିଛି ।

ମୁମ୍ବାଇ ଜୁହୁ ସ୍ଥିତି ‘ପ୍ରତିକ୍ଷା’ ପ୍ରାୟ ୧୭,୦୦୦ ବର୍ଗଫୁଟ୍ ଜମିରେ ଥିବା ଏହି ବଙ୍ଗଳାର ଦଲିଲ ହସ୍ତାନ୍ତର ଓ ରେଜିଷ୍ଟ୍ରେସନ୍ ଚଳିତ ମାସ ୮ ତାରିଖରେ ହୋଇସାରିଛି । ଏହି ସାଇନ୍ ହୋଇଥିବା ବେଳେ ୫୦.୬୫ ଲକ୍ଷ ଟଙ୍କା ରେଜିଷ୍ଟ୍ରେଶନ ଫି ଓ ଷ୍ଟାମ୍ପ ଡ୍ୟୁଟି ଭାବେ ଦିଆଯାଇଥିବା ଜଣାଯାଇଛି ।

ଜୁହୁସ୍ଥିତ ଏହି ବଙ୍ଗଳା ୨ଟି ପ୍ଲଟ ଉପରେ ରହିଛି । ଗୋଟିଏ ପ୍ଲଟ ୬୭୪ ବର୍ଗଫୁଟ ଅଞ୍ଚଳରେ ଥିବା ବେଳେ ଅନ୍ୟଟି ୮୯୦.୪୭ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଅମିତାଭଙ୍କର ମୁମ୍ବାଇରେ ପ୍ରତିକ୍ଷା, ଜଲସା ଓ ଜନକ ନାମରେ ୩ଟି ବଙ୍ଗଳା ରହିଛି । ‘ଜଲସା’ରେ ଅମିତାଭ ନିଜ ପରିବାର ସହ ରହୁଥିବା ବେଳେ ସେଠାରେ ଏବେ ଶ୍ୱେତା ବି ରହୁଥିବା ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.