ବସ୍‌ ଟିକେଟ ଦାମକୁ ନେଇ କଣ୍ଡକ୍ଟର ବେକ କାଟିଲା ଇଂଜିନିୟର ଛାତ୍ର, ଭିଡିଓ କରି ପୋଲିସକୁ ଦେଲା ଧମକ

ବସ୍‌ ଟିକେଟ ଦାମକୁ ନେଇ କଣ୍ଡକ୍ଟର ସହିତ ଝଗଡା କରି ବେକ କାଟିଲା ଇଂଜିନିୟରି ଛାତ୍ର । ଏହାପରେ ଭିଡିଓ କରି ନିଜ ଦୋଷ ସ୍ୱୀକାର କରି ଦେଖାଇଲା ମାରଣାସ୍ତ୍ର । ପୋଲିସ ଏବେ ଏହି ଘଟଣାରେ ଛାତ୍ରଙ୍କୁ ଗିରଫ କରିଛି ।

ବସ୍‌ ଟିକେଟ ଦାମକୁ ନେଇ କଣ୍ଡକ୍ଟର ଏବଂ ଯୁବକଙ୍କ ମଧ୍ୟରେ ଝଗଡା । ଯୁବକ ଜଣକ ରାଗରେ ବସ୍‌ କଣ୍ଡକ୍ଟର ବେକକୁ ଛୁରିରେ ଆକ୍ରମଣ କରିଛି । ଅଭିଯୁକ୍ତ ଜଣକ ଏକ ଭିଡିଓ ମାଧ୍ୟମରେ ନିଜ ଅପରାଧକୁ ସ୍ୱୀକାର କରିଛି । ଏଭଳି ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ର ।

ଖବର ମୁତାବକ, ଉତ୍ତରପ୍ରଦେଶର ପ୍ରୟାଗରାଜ ସିଭିଲ ଲାଇନରେ ବସରେ ଲାରେବ ହାସମୀ ନାମକ ଇଞ୍ଜିନିୟରିଂ ଛାତ୍ର ଚଢ଼ିଥିଲେ । ସେ କଲେଜ ଯିବାକୁ ବସ୍‌ରେ ଯାତ୍ରା କରିଥିଲେ । ମାତ୍ର ବାଟରେ ବସ୍ ଭଡ଼ାକୁ ନେଇ ତାଙ୍କର କଣ୍ଡକ୍ଟର ହରିକେଶ ବିଶ୍ୱକର୍ମାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହାସମୀ ନିଜ ବ୍ୟାଗରେ ଥିବା ଏକ ମାରଣାସ୍ତ୍ର ବାହାର କରି ହରିକେଶଙ୍କ ବେକ ଓ ହାତକୁ ଆକ୍ରମଣ କରିଥିଲେ ।

ଆକ୍ରମଣ କରିବା ପରେ ଡ୍ରାଇଭର ଗାଡି ଅଟକାଇବାରୁ ହାସମୀ ଓହ୍ଲାଇ ଫେରାର ହୋଇଯାଇଥିଲେ । ଫେରାର ହେବା ପରେ କଲେଜରେ ଯାଇ ଲୁଚିଥିଲା ହାସମୀ । ସେଠାରେ ଲୁଚିବା ସହିତ ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲା । ଏଥିରେ ସେ ଦୋଷକୁ ସ୍ୱୀକାର କରିଥିଲା । ବସ୍‌ କଣ୍ଡକ୍ଟର ଉପରେ ଈଶାନିନ୍ଦାରେ ସାମିଲ ହେବା ସହ ପେଗାମ୍ବର ମୁହମ୍ମଦର ଅପମାନ କରିବା ଅଭିଯୋଗ ଲଗାଇଥିଲା ଅଭିଯୁକ୍ତ । ଏହି ଭିଡିଓରେ କଣ୍ଡକ୍ଟରକୁ ଆକ୍ରମଣ କରିଥିବା ମାରଣାସ୍ତ୍ର ମଧ୍ୟ ଦେଖାଇଥିଲା । ଖବର ପାଇ ପୋଲିସ ଘଟଣାର ଛାନଭିନ କରି ହାସମୀଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.