Below header

ବଲିଉଡ୍ ଇତିହାସରେ ପ୍ରଥମ, କିନ୍ନର ହେବେ ଅମିତାଭ୍ ବଚ୍ଚନ

ବଲିଉଡ୍ ଇତିହାସରେ ପ୍ରଥମ । କିନ୍ନର ହେବେ ବିଗ୍ ବି । ନିଜର ଆଗାମୀ ଫିଲ୍ମରେ କିନ୍ନର ଚରିତ୍ରରେ ନଜର ଆସିବେ ଅମିତାଭ୍ ବଚ୍ଚନ । ୨୦୧୧ରେ ଆସିଥିବା ତାମିଲ୍ ହରର ଫିଲ୍ମ ମୁନି – ୨ : କଞ୍ଚନାର ଆସୁଛି ହିନ୍ଦି ରିମେକ୍ । ଯେଉଁଥିରେ ଅମିତାଭ୍ କଞ୍ଚନା ଚରିତ୍ରରେ ଅଭିନୟ କରିବେ । କଞ୍ଚନା ଜଣେ କିନ୍ନର ଯିଏ ନିଜ ମୃତ୍ୟୁର ନେଉଛି ପ୍ରତିଶୋଧ ।

ଏହି ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅକ୍ଷୟ କୁମାର । ଯାହାଙ୍କ ଶରୀରରେ କିନ୍ନର ମହିଳାଙ୍କ ଆତ୍ମା ରହୁଛି । ନିଜ ମୃତ୍ୟୁର ପ୍ରତିଶୋଧ ହେଉଛି କଞ୍ଚନାର ମୂଳ ଲକ୍ଷ୍ୟ । ଫିଲ୍ମର ସୁଟିଂ ଆରମ୍ଭ କରିସାରିଲେଣି ଅକ୍ଷୟ କୁମାର। ତେବେ କଞ୍ଚନାର ଏହି ହିନ୍ଦି ରିମେକର ନାଁ ହେଉଛି ଲକ୍ଷ୍ମୀ । ଫିଲ୍ମର ସ୍କ୍ରିପ୍ଟରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି ।

ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ କିଆରା ଆଡଭାନୀ । ଫିଲ୍ମର କାହାଣୀ ଏବଂ ଅକ୍ଷୟରେ ଚରିତ୍ରରେ ଜରୁରୀ ପରିବର୍ତ୍ତନ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ଅମିତାଭଙ୍କୁ ଏହି କିନ୍ନର ଭୂମିକାରେ ଦର୍ଶକ କେମିତି ଗ୍ରହଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.