Below header

ଫିଲ୍ମ ଓ ଟିଭି ଜଗତରେ କାମ କରୁଥିବା ଲକ୍ଷେ ଦୈନିକ କର୍ମଚାରୀଙ୍କୁ ମେଗାଷ୍ଟାର ଅମିତାଭ ବଚ୍ଚନ ଦେବେ ଗୋଟିଏ ମାସର ରାସନ

ସାରା ଦେଶରେ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଜଗତ ସହ ଯୋଡ଼ିହୋଇ ଥିବା ୧ ଲକ୍ଷ ଦୈନିକ କର୍ମଚାରୀଙ୍କ ପରିବାରକୁ ମାସକର ରାସନ ଦେବେ ମେଗାଷ୍ଟାର ଅମିତାଭ ବଚ୍ଚନ ।

କରୋନା ପାଇଁ ସାରା ଭାରତ ଲକ୍‌ଡାଉନ୍‌ । ଏହି ୨୧ ଦିନର ଲକ୍‌ଡାଉନ ଯୋଗୁ ସବୁ ବର୍ଗର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଦୈନିକ କାମ କରି ପେଟ ପୋଶୁଥିବା ଲୋକଙ୍କ ଅସୁବିଧା କହିଲେ ନସରେ । ଏହି ଖଟିଖିଆଙ୍କ ପାଇଁ ସବୁ ବର୍ଗରୁ ନିଜର କ୍ଷମତା ଅନୁସାରେ ସହଯୋଗର ହାତ ଲମ୍ବି ଆସିଛି ।

ନିକଟରେ ଫିଲ୍ମ ଅଭିନେତା ସଲମାନ୍‌ ଖାନ୍‌ ନିଜର କର୍ମଚାରୀଙ୍କ ପରିବାର ପାଇଁ ମାସକର ରାସନ ଦେଇଥିବା ସୋସିଆଲ୍‌ ମିଡିଆରେ ଜଣାପଡ଼ିଥିଲା । ଏବେ ଅମିତାଭ ବଚ୍ଚନ ଅଲ୍‌ ଇଣ୍ଡିଆ ଫିଲ୍ମ ଏମ୍ପ୍ଲୋଇଜ୍‌ କନ୍‌ଫେଡେରସନ୍‌ ଅଧୀନରେ କାମ କରୁଥିବା ସମସ୍ତ ଦୈନିକ କର୍ମଚାରୀଙ୍କ ପରିବାର ପାଇଁ ଗୋଟିଏ ମାସର ରାସନ ଦେବାକୁ ଘୋଷଣା କରିଛନ୍ତି ।

ତାଙ୍କର ଏହି କାର୍ଯ୍ୟରେ ସହଯୋଗ କରିବ ସୋନି ପିକ୍‌ଚର୍‌ସ ନେଟ୍‌ଓ୍ଵର୍କ ଇଣ୍ଡିଆ ଓ କଲ୍ୟାଣ ଜୁଏଲର୍ସ । ସାରା ଦେଶରେ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଜଗତ ସହ ଯୋଡ଼ିହୋଇ ଥିବା ୧ ଲକ୍ଷ ଦୈନିକ କର୍ମଚାରୀଙ୍କ ପରିବାରକୁ ମାସକର ରାସନ ଦିଆଯିବ ବୋଲି ଅମିତାଭ ତାଙ୍କ ଫେସ୍‌ବୁକ୍‌ରେ ମାଧ୍ୟମରେ ପ୍ରକାଶ କରିଛନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ଦୈନିକ କର୍ମଚାରୀଙ୍କ ପାଇଁ କୈାଣସି ସଂଗଠନ ପକ୍ଷରୁ ସହାୟତା ଘୋଷଣା ହୋଇ ନଥିବାରୁ ଅମିତାଭ ଏହି ସହାୟତା ଘୋଷଣା କରିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.