‘ଲାଇଗର’ରେ ବିଜୟ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ଅନନ୍ୟା ପାଣ୍ଡେ, ସୁଟିଂ ସେଟ୍‌ରୁ ସେୟାର କଲେ ଫଟୋ

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ହିନ୍ଦୀ ସିନେମାରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଲେଣି। ଦର୍ଶକେ ତାଙ୍କୁ ଖୁବ୍‌ ଶୀଘ୍ର ଫିଲ୍ମ ‘ଲାଇଗର’ରେ ଦେଖିବେ। ଏଥିରେ ବିଜୟଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ଅନନ୍ୟା ପାଣ୍ଡେ। ଲାଇଗରରେ ବିଜୟ ଓ ଅନନ୍ୟା ମୁଖ୍ୟ ଭୂମିକାରେ ନଜର ଆସିବେ।

ଏବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍‌ କାମ ଚାଲିଛି। ନିକଟରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମର ଡବିଂ ସେସନ୍‌ର ଝଲକ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏଥିରେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିଛନ୍ତି। ଭିଡିଓ ଦେଖି ଜଣାପଡ଼ୁଛି ଯେ ସେ ଗତ ବର୍ଷ ଡିସେମ୍ବରରେ ହୋଇଥିବା ସୁଟିଂର ଡବିଂ କରୁଛନ୍ତି। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ସେ ଲେଖିଛନ୍ତି, ଏହା ଲାଇଗରର ଡବ୍‌ ଟାଇମ୍‌।

Liger
Image Credit: Instagram

ସୂଚନାଯୋଗ୍ୟ ଯେ, ଅର୍ଜୁନ ରେଡ୍ଡି ବଲିଉଡ୍‌ରେ କରନ ଜୋହରଙ୍କ ପ୍ରଡକ୍ସନ୍‌ ହାଉସ୍‌ ଧର୍ମା ପ୍ରଡକ୍ସନ୍‌ର ବ୍ୟାନର ତଳେ ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଫିଲ୍ମ ଲାଇଗର ମାଧ୍ୟମରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡା ଷ୍ଟ୍ରିଟ୍‌ ଫାଇଟରରୁ ଆରମ୍ଭ କରି ଏମ୍‌ଏମ୍‌ଏ ଫାଇଟର ଯାଏଁ ସବୁ ସିନ୍‌ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ କିକ୍‌ ବକ୍ସିଂ ଚାମ୍ପିୟନ୍‌ ମାଇକ ଟାୟସନ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ ବ୍ୟତୀତ ରାମ୍ୟା କ୍ରିଷ୍ନନ, ରୋନିତ ରୟ, ବିଶୁ ରେଡ୍ଡି ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ।

Also Read: ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା: ପ୍ରଥମ ଥର ପାଇଁ ଡ୍ରୋନ୍‌ରେ ଲ୍ୟାବ୍‌କୁ ଗଲା ଟିବି ରୋଗୀଙ୍କ ଲାଳ ନମୁନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.