Below header

ଇଣ୍ଟରନେଟ୍‌ରେ ଅନନ୍ୟା ପାଣ୍ଡେଙ୍କ ମୋବାଇଲ ନମ୍ବର ଲିକ୍‌ କରିଦେଇଥିଲେ ଭାଇ, ଆଉ ତା’ପରେ‌…

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ପ୍ରାୟତଃ ନିଜ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଥରେ ଅନନ୍ୟାଙ୍କ ମୋବାଇଲ ନମ୍ବର ଲିକ୍‌ ହୋଇଯାଇଥିଲା। ତେବେ ଏହି କାମ ଆଉ କେହି ନୁହେଁ, ବରଂ ତାଙ୍କ ସାନ ଭାଇ ହିଁ କରିଥିଲେ।

ଅନନ୍ୟାଙ୍କ ସମ୍ପର୍କୀୟା ଭଉଣୀ ଅଲାନା ପାଣ୍ଡେ ନିକଟରେ ଏକ ଭିଡିଓରେ ଏନେଇ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଅଲାନା ମଧ୍ୟ ଅନନ୍ୟାଙ୍କ ଭଳି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହିଥାନ୍ତି। ନିଜ ଭିଡିଓ ଲଗ୍‌ରେ ଅଲାନା କହିଛନ୍ତି, ସେ ଦୀର୍ଘ ଦିନ ହେବ ଅନନ୍ୟାଙ୍କୁ ସାକ୍ଷାତ୍‌ କରିନାହାନ୍ତି। ଏହା ସହ ନିଜର ଏକ ପୁରୁଣା ଘଟଣା ବିଷୟରେ ମଧ୍ୟ ଅଲାନା କହିଛନ୍ତି। ସେ କହିଛନ୍ତି, ତାଙ୍କ ଭାଇ ରାୟସା ଥରେ ଅନନ୍ୟାଙ୍କ ନମ୍ବରକୁ ଇଣ୍ଟରନେଟ୍‌ରେ ସେୟାର କରିଦେଇଥିଲେ।

ପ୍ରକୃତ କଥାଟି ହେଉଛି, ରାୟସା ଫିଲ୍ମ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ। କିଛି ଦିନ ତଳେ ସେ ଏକ ସର୍ଟ ଫିଲ୍ମ ତିଆରି କରିଥିଲେ ଓ ତାହାକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ। କିନ୍ତୁ ତାଙ୍କର ଗୋଟେ ଭୁଲ ହୋଇଯାଇଥିଲା। ରାୟସା ଭୁଲରେ ଫିଲ୍ମର ଏକ ଏଭଳି ଅଂଶକୁ ବି ସେୟାର କରିଦେଇଥିଲେ ଯେଉଁଥିରେ ଅନନ୍ୟାଙ୍କ ନମ୍ବର ଦିଶୁଥିଲା। ଅବଶ୍ୟ ଏନେଇ ଜାଣିବା ପରେ ରାୟସା ଉକ୍ତ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ ଓ ପୁଣିଥରେ ଅପ୍‌ଲୋଡ୍‌ କରିଥିଲେ।

ଅନ୍ୟପଟେ କାମ କଥା କହିବା ତ ଅନନ୍ୟାଙ୍କୁ ଶେଷ ଥର ପାଇଁ ଈଶାନ ଖଟ୍ଟରଙ୍କ ସହ ‘ଖାଲି ପିଲି’ରେ ଦେଖିବାକୁ ମିଳିଥିଲା। ଖୁବ୍‌ଶୀଘ୍ର ଅନନ୍ୟାଙ୍କୁ ବିଜୟ ଦେବକୋଣ୍ଡାଙ୍କ ସହ ଫିଲ୍ମ ‘ଲାଇଗର’ରେ ଦର୍ଶକେ ଦେଖିବାକୁ ପାଇବେ। ଏହି ଫିଲ୍ମ ୨୦୨୧ ସେପ୍ଟେମ୍ବର ୯ରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.