Below header

ଖାକି କାହାଣୀ : ଜାଣନ୍ତି କି ଅବସର ପରେ କୁଆଡେ ଯାଏ ସିପାହୀଙ୍କ ଠାରୁ ଡିଜିଙ୍କ ପୋଷାକ

ନୂଆଦିଲ୍ଲୀ :  କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳର ସିପାହୀଙ୍କ ଠାରୁ ଆରମ୍ଭ କରି ଡିଜି ପଦବୀ ଯ ।ଏ ଅବସର ପର୍ଯ୍ୟନ୍ତ ଖାକି ପୋଷାକରେ ରୁହନ୍ତି । ନିୟମ ଅନୁସାରେ ଡିଜି ପଦବୀ ହୋଇଥିଲେ ତାଙ୍କୁ ମୁଖ୍ୟାଳୟର ଗେଟ୍‌ ଯାଏ ଜିପ୍ସରେ ବସାଇ ଏହାକୁ ରଶିରେ ଟାଣି କରି ନେଇଥାନ୍ତି । ତେବେ ଯଦି ସିପାହୀ କିମ୍ବା ହାବିଲ୍‌ଦାର୍‌ ହୋଇଥାନ୍ତି ତେବେ ତାଙ୍କୁ ତାଙ୍କର ସହଯୋଗୀ କିମ୍ବା ଇନ୍‌ସ୍ପେକ୍ଟରସ୍ତରର କର୍ମଚାରୀ ତାଙ୍କୁ ବିଦାୟ ଦେଇଥାନ୍ତି । ହେଲେ କିଛି ଦିନ ତଳେ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଥିଲା ଯେଉଁଠି ଜଣେ ଏଏସ୍‌ଆଇଙ୍କୁ ଜିପ୍ସରେ ବସାଇ ବିଦାୟ ଦିଆଯାଇଥିଲା । ଏହି ଜିପ୍ସକୁ ଟାଣୁଥିଲେ କମାଣ୍ଡାଣ୍ଟ୍‌ ଓ ଡିଆଜିସ୍ତରର ବରିଷ୍ଠ କର୍ମଚାରୀ ।

ତେବେ ସମସ୍ତଙ୍କର ମନରେ ପ୍ରଶ୍ନ ଉଠେ ଯେ ଏହି ପୋଲିସ କର୍ମଚାରୀମାନେ ଅବସର ପରେ କ’ଣ କରନ୍ତି ତାଙ୍କର ଡ୍ରେସକୁ ନେଇ । ସହାୟକ କମାଣ୍ଡାଣ୍ଟଙ୍କ ଠାରୁ ଡିଜି ଯାଏ ସେମାନଙ୍କର ଡ୍ରେସ ସାଙ୍ଗରେ ନେଇଯାଇଥାନ୍ତି । ସିପାହୀଙ୍କ ଠାରୁ ଇନ୍‌ସ୍ପେକ୍ଟର ର‍୍ୟାଙ୍କର କର୍ମୀ କିଛି ଦିନ ପରେ ସେମାନଙ୍କର ପୋଷାକକୁ ଜମା କରିବାକୁ ଆସିଥାନ୍ତି । କେବେ କେବେ ଏମିତି ହୋଇଛି ଯେ ଅବସର ପରେ ଡିଜି ଓ ଅନ୍ୟ ଅଧିକାରୀ ମୁଖ୍ୟାଳୟରୁ ସାଦା ପୋଷାକରେ ଘରକୁ ଯାଇଥାନ୍ତି ।

ପ୍ରକାଶଯୋଗ୍ୟ ଯେ ୨୮ ଫେବ୍ରୁଆରୀରେ ସିଆର୍‌ପିଏଫ୍‌ ଡିଜି ଏପି ମାହେଶ୍ୱରୀ ଯେତେବେଳେ ଅବସର ନେଲେ ସେ ସାଦା ପୋଷାକରେ ଥିବା ଦେଖାଯାଇଥିଲା । ତାଙ୍କୁ ବିଦାୟ ଦେଉଥିବା ଅଧିକାଂଶ ଅଧିକାରୀ ମଧ୍ୟ ସାଦା ଡ୍ରେସରେ ଥିଲେ । କାରଣ ହେଉଛି ସେଦିନ ରବିବାର ଥିଲା । ଯଦି ଛୁଟି ଦିନ ହୋଇନଥାନ୍ତା ତେବେ ମାହେଶ୍ୱରୀ ପୋଷାକରେ ପୋଷାକରେ ହିଁ ଘରକୁ ଯାଇଥାନ୍ତେ ।

ସହାୟକ କମାଣ୍ଡାଣ୍ଟଙ୍କ ଠାରୁ ଡିଜି ପର୍ଯ୍ୟନ୍ତ ଅଧିକାରୀ ଅବସର ପରେ ତାଙ୍କର ପୋଷାକ ସାଙ୍ଗରେ ନେଇଯାଉଥିବା ବେଳେ ଏମାନଙ୍କ ମଧ୍ୟରୁ କିଛି ଅଧିକାରୀ ତାଙ୍କର ପୋଷାକ ଜୁନିୟରଙ୍କୁ ଦେଇଥାନ୍ତି । ତେବେ କମାଣ୍ଡାଣ୍ଟଙ୍କ ଠାରୁ ତଳ ଶ୍ରେଣୀର କର୍ମଚାରୀମାନେ ଅବସର ପରେ ନିଜର ପୋଷାକ ପୋଲିସ କାର୍ଯ୍ୟାଳୟରେ ଜମା କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.