Below header

ଓଡିଶାରେ ମହାମହିମ, ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ମହାମହୀମ ।ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୂସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିବା  ପାଇଁ ଏୟାର ପୋର୍ଟରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ  । ସଂଧ୍ୟା ୬ଟା ୨୫ରେ ଭୁବନେଶ୍ୱରେ ପହଞ୍ଚିଥିଲେ ରାଷ୍ଟ୍ରପତି।

ramnath kobind3

ରାଜଭବନରେ ରାତ୍ରିରହଣି କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି ସକାଳେ ରାଉରକେଲା ଗସ୍ତ କରିବେ । ସକାଳ ୧୦ଟା ୫୫ ମିନିଟରେ ଏନଆଇଟି ରାଉରକେଲାର ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଅପରାହ୍‌ଣ ୩ଟା ୪୫ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଯାଇ ସେଠାରେ ସୁପର ସ୍ପେଶାଲିଟି ହସ୍‌ପିଟାଲର ଉଦ୍‌ଘାଟନ କରିବେ । ସଂଧ୍ୟାରେ ଭୁବନେଶ୍ୱର ଫେରି ରାଜଭବନରେ ରାତି୍ରିଯାପନ କରିବେ । ୨୨ତାରିଖ ସକାଳେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ରହିଛି । ସକାଳ ୯ଟା ୫ରୁ ୯ଟା ୪୫ ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସେବାୟତ, କୌଳିକ ପଣ୍ଡା ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଉଛି । ୨୦୧୮ ମାର୍ଚ୍ଚ ୧୮ରେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ କରିଥିଲେ ରାଷ୍ଟ୍ରପତି ।

ramnath kobind1

ପୁଣି ଥରେ ଆସୁଥିବାରୁ ବେଶ ଉତ୍ସାହିତ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କୌଳିକ ପଣ୍ଡା । ପୁରୀ ଗସ୍ତ ସାରି କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ । ପରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍‌ ସେଣ୍ଟର ପରିଦର୍ଶନ କରିବେ । କୋଭିଡ ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ କୋଭିଡ ଗାଇଡ ଲାଇନ ଅନୁଯାୟୀ ସମସ୍ତ କାଯ୍ୟର୍କ୍ରମର ଆୟୋଜନ କରାଯାଉଛି । ଭୁବନେଶ୍ୱର, ରାଉରକେଲା, ପୁରୀ ଓ କୋଣାର୍କରେ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.