କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଥିଲେ ଏମିତି ସେବନ କରନ୍ତୁ ତୁଳସୀ, ଶୀଘ୍ର ମିଳିବ ମୁକ୍ତି

ଶରୀରରେ ପୋଷକ ତତ୍ତ୍ୱ ଓ ପାଣି ଅଭାବରୁ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ହୋଇପାରେ। ଏହି କାରଣରୁ ଶରୀରରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। କିନ୍ତୁ ଆୟୁର୍ବେଦ ଓ ପୋଷକ ତତ୍ତ୍ୱରେ ଭରପୂର ତୁଳସୀ ସେବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରେ। ବିଶ୍ୱାସ ହେଉନଥିଲେ ବି ଏହା ସତ। କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ଦେବ ତୁଳସୀ। ତେବେ ଆସନ୍ତୁ ଜାଣିବା କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଥିଲେ, କେମିତି ସେବନ କରିବେ ତୁଳସୀ…

୮-୧୦ଟି ତୁଳସୀ ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ପ୍ୟାନ୍‌ରେ ଅଳ୍ପ ପାଣି ଓ ତୁଳସୀ ପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ। ପାଣିର ରଙ୍ଗ ବଦଳିଲେ ଏଥିରେ ସ୍ୱାଦ ଅନୁସାରେ ମହୁ ମିଶାଇ ହାଲ୍‌କା ଗରମ ଥିବା ବେଳେ ହିଁ ପିଅନ୍ତୁ। ଲଗାତାର ୬ ମାସ ଏଭଳି ସେବନ କଲେ ପଥର ତରଳିଯିବ। ଏଭଳି ଭାବେ ଏହା ୟୁରିନ୍‌ ମାଧ୍ୟମରେ ବାହାକୁ ବାହାରିଯାଏ।

ଏହା ବ୍ୟତୀତ ତୁଳସୀର ୧-୨ ଗ୍ରାମ୍‌ ପତ୍ର ନେଇ ଧୋଇ ଦିଅନ୍ତୁ। ଏବେ ଏହାକୁ ଗ୍ରାଣ୍ଡିଂ କରି ଅଳ୍ପ ମହୁ ମିଶାଇ ସେବନ କରନ୍ତୁ। ଏହାକୁ ଲଗାତାର ସେବନ କରିବା ଦ୍ୱାରା ବିନା କଷ୍ଟରେ କିଡ୍‌ନୀ ଷ୍ଟୋନ୍‌ ପରିସ୍ରା ମାଧ୍ୟମରେ ବାହାରି ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.