ଶ୍ରୀଦେବୀଙ୍କ ଭେଟିଲେ ତାଙ୍କ ପାଦ ଛୁଉଁଥିଲେ ଅନିଲ କପୁର , ଜାଣନ୍ତୁ କାହିଁକି ?

ମୁମ୍ବାଇ : ଏକ ରିଅଲିଟି ସୋରେ ଶ୍ରୀଦେବୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଅଭିନେତା ଅନୀଲ କପୁର । ଯେତେବେଳେ ବି ଅନୀଲ ଶ୍ରୀଦେବୀଙ୍କୁ ଭେଟନ୍ତି ସେତେବେଳେ ସେ ତାଙ୍କର ପାଦ ଛୁଉଁଥିଲେ । ଯାହାକି ଶ୍ରୀଦେବୀଙ୍କୁ ଆଦୌ ପସନ୍ଦ ନଥିଲା। କିନ୍ତୁ ତାହା ପରେ ମଧ୍ୟ ସେ ସବୁବେଳେ ଶ୍ରୀଦେବୀଙ୍କ ପାଦ ଛୁଉଁ ତାଙ୍କୁ ମୁଣ୍ଡିଆ ମାରୁଥିଲେ ।

anil_sridevi_

ଅନିଲ ସଂପର୍କରେ ଶ୍ରୀଦେବୀଙ୍କ ଦିଅୟ ହେବେ। ଏଣୁ ସେତାଙ୍କ ଭାଉଜ ଶ୍ରୀଦେବୀଙ୍କ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ଅନୀଲ କପୁର । ସେ କହିଛନ୍ତି ଶ୍ରୀଦେବୀ ଜଣେ ଟ୍ୟାଲେଣ୍ଟଡ୍ ଅଭିନେତ୍ରୀ । ଯେତେବେଳେ ବି ସେ ପରଦାକୁ ଆସନ୍ତି ମ୍ୟାଜିକ୍ କ୍ରିଏଟ୍ କରିଥାନ୍ତି ।

anil

ଅନୀଲ ଓ ଶ୍ରୀଦେବୀଙ୍କ ସଂପର୍କ ଯାହା ମଧ୍ୟ ଥାଉ କିନ୍ତ ଫିଲ୍ମରେ ତାଙ୍କ କେମେଷ୍ଟ୍ରୀକୁ ଖୁବ ପସନ୍ଦ କରନ୍ତି ଦର୍ଶକ। ଦୁହେଁ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି । ଲମହେ, ମିଷ୍ଟର ଇଣ୍ଡିଆ, ଜୁଦାଇ ଓ ଲାଡଲା ଭଳି ସୁପରହିଟ୍ ଫିଲ୍ମ ଏହି ଯୋଡି ବଲିଉଡକୁ ଭେଟି ଦେଇଛନ୍ତି । ତେବେ ୧୯୯୬ରେ ବୋନିକପୁରଙ୍କୁ ବିବାହ କରିଥିଲେ ଶ୍ରୀଦେବୀ । ଚଳିତବର୍ଷ ଦୁବାଇରେ ବାଥ୍ ଟବ୍ରେ ପଡି ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.