ରଣଜୀ ମ୍ୟାଚ୍‌ : ଝାଡ଼ଖଣ୍ଡ ରଖିଲା ୨୬୦ ରନ୍‌ର ବିଜୟଲକ୍ଷ୍ୟ, ଓଡ଼ିଶା ୮୧/୩

ଭୁବନେଶ୍ୱର (କେ ନ୍ୟୁଜ୍‌) : ଝାଡ଼ଖଣ୍ଡ ବିପକ୍ଷରେ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ୍‌ରେ ଖେଳୁଛି ଓଡ଼ିଶା ଦଳ । ରାଞ୍ଚିରେ ଚାଲିଥିବା ଗ୍ରୁପ୍‌ ‘ସି’ ରଣଜୀ ମ୍ୟାଚ୍‌ରେ ଆଜି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ୩ ଓ୍ଵିକେଟ୍‌ ହରାଇ ୮୧ ରନ୍‌ କରିଛି । ଓପ୍ନର ଅନୁରାଗ ଷଡ଼ଙ୍ଗୀ ୪୧, ଗୋବିନ୍ଦ ପୋଦ୍ଦାର ୭ ଓ ରାଜେଶ ଧୁପର ୧ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଶୁଭ୍ରାଂଶୁ ସେନାପତି ୨୦ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୦ ରନ୍‌ କରି ଅପରାଜିତ ଅଛନ୍ତି । ହାତରେ ଆଉ ୭ଟି ଓ୍ଵିକେଟ୍‌ ବାକି ଅଛି । ଶେଷ ଦିନରେ ୧୭୯ ରନ୍‌ କଲେ ଯାଇ ଓଡ଼ିଶା ଜିତିବ । ତେବେ ଓ୍ଵିକେଟ୍‌ରେ ଧୈର୍ଯ୍ୟର ସହ ଜମି ରହିଲେ ଓଡ଼ିଶା ପାଇଁ ବିଜୟ କଷ୍ଟକର ହେବ ନାହିଁ ।
ପୂର୍ବରୁ ଝାଡ଼ଖଣ୍ଡ ଦଳ ଦ୍ୱିତୀୟ ଇନିଂସ୍‌ରେ ୨୮୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ସୌରଭ ତିଓ୍ଵାରୀ ୧୩୨ ରନ୍‌ (୮ ଚୌକା ଓ ୬ ଛକା) କରି ଘରୋଇ ଦଳର ସ୍ଥିତି ସୁଧାରି ଦେଇଥିଲେ । ଓଡ଼ିଶା ତରଫରୁ ରାଜେଶ ମହାନ୍ତି ୪ଟି ଏବଂ ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଧୀରଜ ସିଂହ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

ସ୍କୋର : ଝାଡ଼ଖଣ୍ଡ ପ୍ରଥମ ଇନିଂସ୍‌-୧୭୨ । ଦ୍ୱିତୀୟ ଇନିଂସଦ୍‌-୨୮୮ । ଓଡ଼ିଶା ପ୍ରଥମ ଇନିଂସ୍‌-୨୦୧ । ଦ୍ୱିତୟ ଇନିଂସ୍‌-୩/୮୧, ୨୬ ଓଭର (ଅନୁରାଗ ଷଡ଼ଙ୍ଗୀ ୪୧ । ରାହୁଲ ଶୁକ୍ଳା ୭-୨-୧୨-୨) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.