ଅନୀତା ହସନନ୍ଦାନୀ ସ୍ୱାମୀ ରୋହିତ ରେଡ୍ଡୀଙ୍କୁ ମାରିଲେ ଶକ୍ତ ଚାପୁଡ଼ା, ଆଉ ପୁଣି….ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ଅନୀତା ହସନନ୍ଦାନୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ସେ ମଝିରେ ମଝିରେ ନିଜ ସ୍ୱାମୀ ତଥା ଅଭିନେତା ରୋହିତ ରେଡ୍ଡୀଙ୍କ ସହିତ ମଜାଦାର ଭିଡିଓ ଶେୟାର କରିବାରେ ଲାଗିଥାଆନ୍ତି। ଏବେ ସେମାନଙ୍କର ଆଉ ଏକ ମଜାଦାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ବି ଅନୀତା ନିଜେ ଶେୟାର କରିଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ କି, ରୋହିତ ରେଡ୍ଡୀ ଏକ ଇନ୍‌ଷ୍ଟା ଭିଡିଓ ବନାଇବାକୁ ଚେଷ୍ଟା କରୁଛନ୍ତି। ସେପଟେ ଅନୀତା ତାଙ୍କ ଭିଡିଓ ଶୁଟ୍‌ କରୁଛନ୍ତି। କିଛି ସେକେଣ୍ଡ ପରେ ଅନୀତା ମଜା ମଜାରେ ରୋହିତଙ୍କୁ ଚାପୁଡ଼ା ମାରି ଦେଉଛନ୍ତି ଏବଂ ଏହାପରେ ହସିବାକୁ ଲାଗୁଛନ୍ତି। ଅନୀତାଙ୍କ ଏହି ଭିଡିଓକୁ ଫ୍ୟାନ୍‌ମାନେ ବି ବେଶ୍‌ ପସନ୍ଦ କରିଛନ୍ତି।

ଭିଡିଓଟିକୁ ଶେୟାର କରି ଅନୀତା କ୍ୟାପସନରେ ଲେଖିଛନ୍ତି, ‘ଔର୍‌ ୟେ ହାପ୍ପୀ ସଣ୍ଡେ। ଆପଣମାନଙ୍କୁ ଜଣା ନାହିଁ କି, ଏଥିପାଇଁ ମୁଁ କେତେ ରିଟେକ୍‌ ନେଇଛି। ରୋହିତ ଆମକୁ ସବୁଦିନ ଏମିତି ଭିଡିଓ ଶୁଟ୍‌ କରିବା ଉଚିତ’। ତେବେ ଏଥି ପୂର୍ବରୁ ମଧ୍ୟ ରୋହିତ ଓ ଅନୀତାଙ୍କର କେତେକ ଫନି ଭିଡିଓ ସାମ୍ନାକୁ ଆସି ସାରିଛି। କହି ରଖୁଛୁ, ୯ ଫେବୃଆରୀରେ ଅନୀତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଦମ୍ପତି ପୁଅର ନାଁ ‘ଆରବ’ ରଖିଛନ୍ତି।

 

View this post on Instagram

 

A post shared by Anita H Reddy (@anitahassanandani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.