ଆଇପିଏଲ୍‌ ଉପରେ କରୋନା ସଙ୍କଟ, ଏଥରକ ବି ବିନା ଦର୍ଶକରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ

ଏଥରକ ବି ବିନା ଦର୍ଶକରେ ହେବ ଆଇପିଏଲ୍‌। ଆଉ ଶୁଭିବନି ଦର୍ଶକଙ୍କ କୋଳାହଳ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା। ଏପ୍ରିଲ ୯ରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ଏହା ପୂର୍ବରୁ ଲଗାତାର କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀ ଶୁକ୍ଳା।

ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି, ବିସିସିଆଇ ସମସ୍ତ ଖେଳାଳିଙ୍କୁ ଭ୍ୟାକ୍‌ସିନ୍‌ ଦେବାକୁ ଯୋଜନା କରୁଛି। ଏନେଇ ଖୁବ୍‌ଶୀଘ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରାଯିବ। ଏଥରକ କେବଳ ୬ଟି ସ୍ଥାନରେ ଟୁର୍ଣ୍ଣାମେଣ୍ଟ ହେବ। ଏଥିପାଇଁ ବାୟୋ ବବଲର ବ୍ୟବସ୍ଥା ମଧ୍ୟ କରାଯାଇଛି। ଚଳିତ ଥର ଟିମ୍‌ର ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି। ଟୁର୍ଣ୍ଣାମେଣ୍ଟ ସମୟରେ କରୋନା ନିୟମକୁ ବିଧିବଦ୍ଧଭାବେ ପାଳନ କରାଯିବ ବୋଲି ଶୁକ୍ଳା କହିଛନ୍ତି।

ସୂଚନାଯୋଗ୍ୟ ଯେ ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ମାତ୍ର ହାତ ଗଣତି ଦିନ କେଇଟା ଥିବା ବେଳେ ଇତି ମଧ୍ୟରେ ୩ ଜଣ ଖେଳାଳିଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ଏହି ତାଲିକାରେ କୋଲକତା ନାଇଟ ରାଇଡର୍ସର ନୀତିଶ ରାଣା, ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦେବଦତ୍ତ ପଡ଼ିକ୍କଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.