‘ବର୍ଷା ମୋ ସହିତ ମାତ୍ର ୧୮ ମାସ ଥିଲେ’ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ କରିଛନ୍ତି ଛାଡ଼ପତ୍ର ଆବେଦନ, କଣ ରହିଛି ତାଙ୍କ ପିଟିସନ୍‌ରେ ପଢ଼ି ନିଅନ୍ତୁ

  • ବର୍ଷା ମୋ ସହିତ ମାତ୍ର ୧୮ ମାସ ଥିଲେ ।
  • ସେହି ସମୟରେ ଅତି ନିର୍ଦ୍ଦୟ ବ୍ୟବହାର କରୁଥିଲେ ।
  • ବିବାହ ପରେ ବର୍ଷା ନିଜ ଇଚ୍ଛାରେ ରହୁଥିଲେ ଏବଂ ପରିବାର ଲୋକଙ୍କ ସହ ମିଶୁନଥିଲେ ।
  • କେବଳ ବର୍ଷା ନୁହନ୍ତି ତାଙ୍କ ପରିବାର ଲୋକେ ମୋତେ ଓ ମୋ ପରିବାରକୁ ହଇରାଣ କରୁଥିଲେ।
  • ବାହାଘର ପରଠାରୁ ସେ ଶାରୀରିକ ସମ୍ପର୍କ ରଖିବାକୁ ଦେଉନଥିଲେ ।
  • ଏଥିପାଇଁ ପ୍ରସ୍ତୁତ ହେବାକୁ ତିନି ଚାରି ମାସ ସମୟ ମାଗିଥିଲେ ।
  • ଉଚିତ କଥା ଅନୁଭବ କରି ମୁଁ ତାଙ୍କୁ ସେଥିପାଇଁ ସମୟ ଦେଇଥିଲି ।
  • ଯାହାଫଳରେ ମୁଁ ଭୀଷଣ ମାନସକ ଚାପରେ ରହୁଥିଲି ।
  • ୨୦୧୪ ଜୁନ୍‌ରେ ମୁଁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହେଲି ଓ ଦିଲ୍ଲୀରେ ଉଭୟ ରହିଲୁ ।
  • ପରବର୍ତ୍ତର୍ୀ ସମୟରେ ମଧ୍ୟ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖିଲେ ନାହିଁ ।
  • ସମ୍ପର୍କ ରଖିବାକୁ ଚାହିଁଲେ ସେ ଅସହଜ ମନେ କରୁଥିବା କୁହନ୍ତି ।
  • ତେବେ କଟକ ଫେରିବା ପରେ ସେମାନେ ସ୍ୱାମୀ ସ୍ତ୍ରୀ ଭଳି ଚଳିବେ ବୋଲି ବର୍ଷା କଥା ଦେଇଥିଲେ ।
  • ହେଲେ ଫେରିବା ପରେ ମଧ୍ୟ ସେ ସମ୍ପର୍କ ରଖିବାକୁ ସଫା ସଫା ମନା କରିଦେଲେ ।
  • ଏଥିପାଇଁ ସେ ଆହୁରି ସାତ ଆଠ ମାସ ସମୟ ମାଗିଲେ ।
  • ପରେ ୨୪ ଡିେସେମ୍ବର ତାଙ୍କ ଜନ୍ମ ଦିନରେ ସମ୍ପର୍କ ରଖିବାକୁ କଥା ଦେଇଥିଲେ କିନ୍ତୁ କଥା ରଖିଲେ ନାହିଁ ।
  • ଏହାଫଳରେ ମୋତେ ଖୁବ୍ ଆଘାତ ଲାଗିଥିଲା ଓ ମୁଁ ବହୁତ ଭାଙ୍ଗି ପଡ଼ିଲି ଏବଂ ମୋ କ୍ୟାରିୟର ପ୍ରତି ଦୃଷ୍ଟି ଦେଇ ପାରିଲି ନାହିଁ ।
  • ବର୍ଷା ଅଧିକାଂଶ ସମୟରେ ତାଙ୍କ ବାପ ଘରେ ରହିବାକୁ ପସନ୍ଦ କରନ୍ତି ।
  • ଅଯଥାରେ କଳିଗୋଳ କରି ବାପ ଘରକୁ ଚାଲିଯିବାର ବାହାନା ଖୋଜି ନିଅନ୍ତି ।
  • ଅନେକ ଅନୁରୋଧ ପରେ ବି ୨୦୧୫ରେ ଦିଲ୍ଲୀରେ ଗୃହପ୍ରବେଶ ଉତ୍ସବରେ ବର୍ଷା ଯୋଗ ଦେବାକୁ ଆସିଲେ ନାହିଁ ।
    ସେହି ବର୍ଷ ଦୁହେଁ ଆମେରିକା ଯାଇଥିଲେ । ହେଲେ ସେଠାରେ ମଧ୍ୟ ମର୍ଷା ଶାରୀରିକ ସମ୍ପର୍କ ରଖିବାର ସୁଯୋଗ ଦେଲେ ନାହିଁ ।
  • ଛୋଟ ଛୋଟ କଥାରେ ବର୍ଷା ମୋତେ ଗାଳି ଓ ଅପମାନିତ କରନ୍ତି ।
  • ଅଧିକାଂଶ ସମୟରେ ସେ ମୋ ଠାରୁ ଅଲଗା ରୁହନ୍ତି ।
  • ୨୦୧୬ରେ ଜଣେ ନାୟିକାଙ୍କ ସହ ମୋ ନାଁ ଟୋଡ଼ି ମିଛ ଅଭିଯୋଗ ଆଣିଲେ ।
  • ମୋତେ ଓ ମୋ ପରିବାରକୁ ମିଛ କେସ୍‌ରେ ଫସାଇ ଦେବେ ବୋଲି ସବୁ ବେଳେ ଧମକ ଦେଉଥିଲେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.