ହୋଟେଲ୍ ଡାକି ଜବରଦସ୍ତ କରିଥିଲେ କିସ୍ ! ଅନୁପଙ୍କ ଗୁମର ଖୋଲିଲେ ଏହି ମଡେଲ୍

୭ ବର୍ଷ ଧରି ପତ୍ନୀଙ୍କ ସହ ରଖି ନଥିଲେ ସମ୍ପର୍କ

ଆରମ୍ଭ ହୋଇଯାଇଛି ବିଗ୍ ବସ୍ ୧୨ ର ହାଇଭୋଲଟେଜ୍ ଡ୍ରାମା । ହେଲେ ସବୁ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ଭଜନ ସମ୍ରାଟ ଅନୁପ ଜଲୋଟା । ନିଜଠାରୁ ୩୭ ବର୍ଷ ଛୋଟ ଜସଲିନ୍ ମଥାରୁଙ୍କ ସହ ଅନୁପଙ୍କ ଲଭ୍ ଷ୍ଟୋରୀ କେବଳ ବିଗ୍ ବସ୍ ଘର ଭିତରେ ନୁହେଁ ବାହାରେ ମଧ୍ୟ ଚର୍ଚ୍ଚିତ । ଏବେ ଯେତେବେଳେ ଅନୁପଙ୍କୁ ନେଇ ଏତେ କଥା ହେଉଛି ତେବେ କେମିତି ସମ୍ଭବ ତାଙ୍କ ବ୍ଯକ୍ତିଗତ ଜୀବନର ଅଜଣା କଥା ବାହାରକୁ ନଆସିବ । ଧୀରେ ଧୀରେ କରି ଅନୁପ ଜଲୋଟାଙ୍କ ଜୀବନକୁ ନେଇ ଅନେକ କଥା ପଦାକୁ ଆସିଲାଣି । ଯାହାକୁ ଦର୍ଶକ ନିଶ୍ଚୟ ଆଶ୍ଚର୍ଯ୍ଯ ହେବେ ।

ସର୍ବପ୍ରଥମେ ଜାଣନ୍ତୁ ତିନି ଥର ବିବାହ କରିଛନ୍ତି ଭଜନ ସମ୍ରାଟ । ପ୍ରଥମେ ସୋନାଲୀ ସେଠ୍ ନାମକ ଜଣେ ଗୁଜୁରାଟୀ ଯୁବତୀଙ୍କୁ ବିବାହ କରିଥିଲେ । ଏହା ପରେ ଦ୍ବିତୀୟ ବିବାହ କରିଥିଲେ ବୀନା ଭାଟିଆଙ୍କୁ । ଏହି ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା । ଖୁବ୍ ଶୀଘ୍ର ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ଏହା ପରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜୁରାଲଙ୍କ ଝିଅ ମେଘା ଗୁଜୁରାଲଙ୍କୁ ତୃତୀୟ ବିବାହ କରିଥିଲେ ଅନୁପ । କିନ୍ତୁ ୨୫ ନଭେମ୍ବର ୨୦୧୪ରେ ମେଘାଙ୍କ ଦେହାନ୍ତ ହୋଇଯାଇଥିଲା । ହେଲେ ମେଘାଙ୍କ ସହ ସମ୍ପର୍କ ଥିବା ସମୟରେ ଅନୁପଙ୍କ ମନ ଜଣେ ଇସ୍ରାଏଲ୍ ମଡେଲଙ୍କ ଉପରେ ଆସିଯାଇଥିଲା । ଅନୁପଙ୍କ ମନ ଜିତିଥିବା ଏହି ମଡେଲଙ୍କ ନାଁ ହେଉଛି ରୀନା ଗୋଲାନ୍ । ତେବେ ଅନୁପଙ୍କ ଉପରେ ଅନେକ ଅଭିଯୋଗ ଲଗାଇ ସାରିଛନ୍ତି ରୀନା ।

ଏହା ସହ ପଢନ୍ତୁ : ନିଜ ବିବାହକୁ ନେଇ ବଡ ଖୁଲାସା କଲେ ନେହା କକ୍କର, ଜାଣନ୍ତୁ କିଏ ହେବ ଜୀବନ ସାଥି

୨୦୧୧ ରେ ରୀନା ଏକ ବହି ଲେଖିଥିଲେ ଯାହାର ନାଁ ଥିଲା ଡିୟର୍ ମିଷ୍ଟର୍ ବଲିଉଡ୍ । ଏହି ବହିରେ ନା କେବଳ ଅନୁପଙ୍କ ବିଷୟରେ ବରଂ ସେସବୁ ଅନୁଭବ ବିଷୟରେ ଲେଖିଥିଲେ ଯାହା ତାଙ୍କ ଜୀବନକୁ ଖୁବ୍ ପ୍ରଭାବିତ କରିଥିଲା । ନିଜ ଷ୍ଟ୍ରଗଲ୍ ଲାଇଫ୍ କଥା ମଧ୍ୟ ବହିରେ ଲେଖିଛନ୍ତି ରୀନା । ଭାରତ ଆସି ବଲିଉଡରେ ନିଜ ଭାଗ୍ଯ କରିବା ସମୟରେ ବେଳେ ଭିଟାମିନ୍ ନାମକ ଏକ କମ୍ପାନୀ ସହ ଜଡିତ ହୋଇଥିଲେ ରୀନା । ତେବେ କମ୍ପାନୀର ଏକ କାମରେ ଯାଇଥିବା ବେଳେ ମୁମ୍ବାଇର ଏକ ହୋଟେଲରେ ଅନୁପଙ୍କ ସହ ସାକ୍ଷାତ ହୋଇଥିଲା ।

Anup Jalootaକମ୍ପାନୀ ପକ୍ଷରୁ ରୀନାଙ୍କୁ କିଛି ଖାସ୍ କାମ ମିଳୁନଥିବାରୁ ଅନୁପଙ୍କ ଦ୍ବାରସ୍ଥ ହୋଇଥିଲେ ରୀନା । ରୀନାଙ୍କୁ ସାହାଯ୍ଯ କରି ନିଜର ସୋ ହୋଷ୍ଟ କରିବାକୁ ଦେଇଥିଲେ ଅନୁପ । ଗୋଟିଏ ସୋ ପାଇଁ ରୀନାଙ୍କୁ ୧୦ ହଜାର ଟଙ୍କା ଦେଉଥିଲେ ଅନୁପ । ଏହା ପରେ ଧୀରେ ଧୀରେ ଅନୁପଙ୍କ ମ୍ଯୁଜିକ୍ ଗ୍ରୁପରେ ସାମିଲ୍ ହୋଇଥିଲେ ରୀନା । ତେବେ ଦିନେ ବିଦେଶରେ ସୋ ପାଇଁ ଉଭୟ ଏକାଠି ଯାଇଥିଲେ । ହେଲେ ଯାତ୍ରା ସମୟରେ ରୀନାଙ୍କ ସହ ଯାହା କରିଥିଲେ ଅନୁପ ତାହା ସମସ୍ତଙ୍କ ଚିନ୍ତା ବାହାରେ ଥିଲା । ଫ୍ଲାଇଟରେ ଉଭୟ ଏକାଠି ଯିବା ସମୟରେ ରୀନାଙ୍କ ଜଙ୍ଘ ଉପରେ ହାତ ରଖିଦେଲେ ଅନୁପ୍ । ଯେଉଁଥିରେ ରୀନା ଭୟ ଏବଂ ବିରକ୍ତିରେ ତାଙ୍କ ହାତ ଛାଟି ଦେଇଥିଲେ ।

ରୀନାଙ୍କ ଏହି ବ୍ଯବହାର ପରେ ଅନୁପ୍ ନିଜ ପତ୍ନୀଙ୍କ ବିଷୟରେ କହିଥିଲେ । ରୀନା ନିଜ ବହିରେ ଲେଖିଛନ୍ତି ଅନୁପ୍ ନିଜ ପତ୍ନୀଙ୍କୁ ଧୋକା ଦେବା ଲକ୍ଷ୍ଯରେ ଥିଲେ । ଅନୁପଙ୍କ ପତ୍ନୀ ବେମାର ଥିଲେ ଯେଉଁଥି ପାଇଁ ତାଙ୍କ ଶରୀର ଖୁବ୍ ଦୁର୍ବଳ ହୋଇଯାଇଥିଲା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରାୟ ୭ ବର୍ଷ ହେବ କୌଣସି ଶାରୀରିକ ସମ୍ପର୍କ ନଥିଲା । ଫ୍ଲାଇଟରେ ରୀନାଙ୍କୁ ଅନୁପ କହିଥିଲେ ସେ ଏମିତି ଏକ ମହିଳା ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ଯାହାକୁ ସେ ପ୍ରେମ କରୁଥିବେ । ରୀନା ଏକଥା ମଧ୍ୟ ବହିରେ ଲେଖିଛନ୍ତି ଥରେ ହେଟେଲକୁ ଡିନର୍ ପାଇଁ ଡାକି ଜବରଦସ୍ତ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ । କେବଳ ସେତିକି ନୁହେଁ ଜବରଦସ୍ତ କିସ୍ ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.