Below header

ସାମ୍ନାକୁ ଆସିଲା ଅନୁପମ ଖେରଙ୍କ ହମସକଲ, ଭାଇରାଲ ହେଲା ଭିଡ଼ିଓ

ଲକଡାଉନରେ ଘରେ ରହି ବଲିଉଡ ଷ୍ଟାରର୍ସମାନେ କିଛି ନା କିଛି କ୍ରିଏଟିଭ ଏବଂ ମଜା କରୁଛନ୍ତି। ଏହାମଧରେ ଅନୁପମ ଖେରଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଯେ କୌଣସି ବ୍ୟକ୍ତି ବି ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ମୁତାବକ, ଅନୁପମ ଖେରଙ୍କ ଯେଉଁ ଭିଡ଼ିଓ ଭାଇରଲ ହେଉଛି ସେଥିରେ ତାଙ୍କର ହମସକଲ (ଅବିକଳ) ଦେଖିବାକୁ ମିଳିଛି। ଯାହାଙ୍କ ନା ବିଟ୍ଟୁ କୁହାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ବିଟ୍ଟୁ ନାମକ ଏହି ଅବିକଳ ଅନୁପମଙ୍କ ଘରେ ପଶି ତାଙ୍କୁ ହଇରାଣ କରୁଥିବାର ନଜର ଆସିଛନ୍ତି। କିନ୍ତୁ ବ୍ୟକ୍ତି ଜଣକ କାହିଁକି ଏପରି କରୁଛନ୍ତି ଆସନ୍ତୁ ଜାଣିବା।

ଅନୁପମ ଖେର ଫ୍ୟାନ୍ସମାନଙ୍କ ପାଇଁ କିଛି ନୂଆ ଏବଂ ମଜାଳିଆ ଭିଡ଼ିଓ ନେଇ ଆସିଛନ୍ତି। ସେ ଏକ ନୂଆ ସିରିଜ ଆରମ୍ଭ କରିଛନ୍ତି, ଯାହାର ନାଁ ହେଉଛି When Bittu Meets Anupam। ଏଥିରେ ସେ ଏହି ଚରିତ୍ରର ପିଲା ବେଳର ନା ବିଟ୍ଟୁ ରଖିବା ସହ ତାଙ୍କ ସାଙ୍ଗ ବୋଲି କହିଛନ୍ତି। ଅନୁପମ ଭିଡ଼ିଓ ସହ ଟ୍ୱିଟ କରି ଲେଖିଛନ୍ତି, ନୂଆ ସିରିଜ ବିଟ୍ଟୁ ମୋ ପିଲା ବେଳର ନାଁ। ଅନୁମପଙ୍କୁ ହଇରାଣ କରିବାରେ ବିଟ୍ଟୁ ବହୁତ ଖୁସି ଲାଗିଥାଏ। ଏହି ସିରିଜ ମାଧ୍ୟମରେ ଅନୁପମ ଖେର ନିଜ ଫ୍ୟାନ୍ସମାନଙ୍କୁ ମନୋରଞ୍ଜନ କରାଇବା ପାଇଁ ଚେଷ୍ଟା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.