Below header

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱରର ସମସ୍ତ ଅଞ୍ଚଳ, ସତର୍କତା ସ୍ୱରୂପ ଆଗାମୀ ସାତଦିନ ପର୍ଯ୍ୟନ୍ତ ରହିବ ତୀକ୍ଷ୍‌ଣନଜର

ଭୁବନେଶ୍ୱର: କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର। ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସତର୍କତା ସ୍ୱରୂପ ଏହି ଅଞ୍ଚଳଗୁଡ଼ିକ ଆଗାମୀ ସାତଦିନ ପର୍ଯ୍ୟନ୍ତ ତୀକ୍ଷ୍‌ଣ ନଜରରେ ରହିବ। ଏହି ଅଞ୍ଚଳରୁ କରୋନା ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ତେବେ ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱରରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ବିଏମସି କଣ୍ଟେନମେଣ୍ଟକୁ ହଟାଇ ଦେଇଛି।

ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳଗୁଡ଼ିକୁ ପର୍ଯ୍ୟାୟ କ୍ରମେ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରୁ ବାହାରୁ ବାହାରିବା ଓ ଭିତରକୁ ପ୍ରବେଶ କରିବା ସଂପୂର୍ଣ୍ଣ ନିଷେଧ କରାଯାଇଥିଲା। ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ମୁକ୍ତ କରାଯାଇଛି। ଭୁବନେଶ୍ୱରରେ ମୋଟ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.