ପ୍ରେଗନାଣ୍ଟ ଥିବା କାରଣରୁ ଏବେ ଏହି କାମ କରିପାରୁନାହାନ୍ତି ଅନୁଷ୍କା, ଫଟୋ ସେୟାର କରି କହିଲେ- ‘ଏବେ ମୁଁ ଏପରି ନାହିଁ. . .’

ବଲିଉଡ୍‌ ଅଭିନେତ୍ରୀ ଏବଂ ନିର୍ମାତା ଅନୁଷ୍କା ଶର୍ମା ବର୍ତ୍ତମାନ ପ୍ରେଗନାଣ୍ଟ ଥିବା ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ଏନେଇ ଅନୁଷ୍କା ଗତ ଅଗଷ୍ଟ ମାସରେ ପ୍ରେଗନାଣ୍ଟ ଥିବା ଘୋଷଣା କରିବା ପରେ ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ଏଭଳି ପରିସ୍ଥିତିରେ ଅନୁଷ୍କା କହିଛନ୍ତି, ସେ ପ୍ରେଗନାଣ୍ଟ ଥିବା କାରଣରୁ କୌଣସି କାମ କରିପାରୁନାହାନ୍ତି। ବାସ୍ତବରେ ଅନୁଷ୍କା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ଅନେକ ସମୟରେ ନିଜର କିଛି ଫଟୋ ମଧ୍ୟ ଫ୍ୟାନ୍ସମାନଙ୍କ ସହ ସେୟାର କରିଥାନ୍ତି। ଏବେ ଅନୁଷ୍କା ନିଜର ଏକ ଥ୍ରୋବ୍ୟାକ୍‌ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

anuskhaଅନୁଷ୍କା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅନୁଷ୍କା ଏକ ଚେୟାର ଉପରେ ଦୁଇ ପାଦ ଉପରକୁ କରି ବସିଥିବା ବେଳେ କିଛି ଖାଉଥିବାର ନଜର ଆସିଛନ୍ତି। ଏହି ଫଟୋ ସେୟାର କରିବା ସହ ଅନୁଷ୍କା କ୍ୟାପସନରେ ଲେଖିଛନ୍ତି, ‘ପୁରୁଣା ଫଟୋ ଯେତେବେଳେ ମୁଁ ଏପରି ବସି ପାରୁଥିଲି। ବର୍ତ୍ତମାନ କିନ୍ତୁ ମୁଁ ଏପରି ବସି ପାରୁନାହିଁ କିନ୍ତୁ ମୁଁ ଖାଇ ପାରୁଛି।’

ଅନୁଷ୍କାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଅନୁଷ୍କା ବର୍ତ୍ତମାନ ସମୟରେ ପ୍ରେଗନାଣ୍ଟ ଥାଇ ମଧ୍ୟ ନିଜର ଫିଟନେସ୍‌ ଉପରେ ପୁରା ଧ୍ୟାନ ଦେଉଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

କିଛିଦିନ ପୂର୍ବରୁ ଅନୁଷ୍କା ଏଭଳି ପରିସ୍ଥିତିରେ ଶୀର୍ଷାସନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଯୋଗାସନ କରିବା ପାଇଁ ଅନୁଷ୍କାଙ୍କୁ ତାଙ୍କ ପତି ବିରାଟ କୋହଲି ସାହାଯ୍ୟ କରିଥିଲେ। ଏହି ଫଟୋରେ କିଛି ଲୋକ ଅନୁଷ୍କାଙ୍କ ତାରିଫ୍‌ କରୁଥିବା ବେଳେ କିଛି ଲୋକ ତାଙ୍କର ଆସିବାକୁ ଥିବା ପିଲା ଉପରେ ପ୍ରଭାବ ପଡିପାରେ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.