ପତ୍ନୀ ଶୁରାଙ୍କ ସହ ଅରବାଜ ଖାନ କଲେ ଟ୍ୱିନିଙ୍ଗ, ଭାଇରଲ ହେଉଛି ଫଟୋ

ଏହି ନବ ବିବାହିତ ଦମ୍ପତି ରବିବାର ଦିନ ମୁମ୍ବାଇର ବାନ୍ଦ୍ରା ଠାରେ ନଜର ଆସିଥିଲେ । ଏଠାରେ ଅରବାଜ ଏବଂ ଶୁରା ଟ୍ୱିନିଙ୍ଗ କରିଥିଲେ । ଦୁହେଁ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ବେ ଅରବାଜ ଓ ଶୁରାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଅରବାଜ ଖାନ ତାଙ୍କ ନବ ବିବାହିତା ପତ୍ନୀଙ୍କ ସହିତ ନିଜ ଜୀବନକୁ ଖୁବ ଉପଭୋଗ କରୁଛନ୍ତି । ବିବାହ ପରଠୁ ଉଭୟଙ୍କୁ ପ୍ରାୟ ପ୍ରତିଦିନ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଅରବାଜ ଖାନ ଏବଂ ଶୁରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଦୁହେଁ ସବୁବେଳେ ଏକାଠି ନଜର ଆସୁଛନ୍ତି । ଏହି ନବ ବିବାହିତ ଦମ୍ପତି ରବିବାର ଦିନ ମୁମ୍ବାଇର ବାନ୍ଦ୍ରା ଠାରେ ନଜର ଆସିଥିଲେ । ଏଠାରେ ଅରବାଜ ଏବଂ ଶୁରା ଟ୍ୱିନିଙ୍ଗ କରିଥିଲେ । ଦୁହେଁ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ ।

ଏହି ସମୟରେ ଅରବାଜ ଶୁରାଙ୍କ ହାତ ଧରିଥିଲେ । ଶୁରା ସବୁବେଳେ ପାପରାଜୀଙ୍କର ସାମ୍ନାରେ ପୋଜ୍ ଦେବାରୁ ଦୁରେଇ ରୁହନ୍ତି । ତେବେ ଏହି ସମୟରେ ମଧ୍ୟ ଶୁରା ହାତରେ ମୁହଁ ଲୁଚାଇ ହସୁଥିଲେ ଏବଂ ବ୍ଲସ୍ କରୁଥିଲେ । ଉଭୟ କାର ଭିତରେ ପାପରାଜୀଙ୍କ ପାଇଁ ପୋଜ୍ ଦେଇଥିଲେ । ଏବେ ଅରବାଜ ଓ ଶୁରାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଯୋଡିକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

କହି ରଖୁଛୁ ଯେ, ଅରବାଜ ଏବଂ ଶୁରା ନୂତନ ବର୍ଷ ପାଳନ କରିବା ପରେ ନିକଟରେ ମୁମ୍ବାଇ ଫେରିଛନ୍ତି । ତେବେ ଏହି ଦମ୍ପତି ନୂଆ ବର୍ଷ ପାଳନ କରିବାକୁ କୁଆଡେ ଯାଇଥିଲେ ଏ ବିଷୟରେ କୌଣସି ସୂଚନା ମିଳି ପାରିନାହିଁ । ଅରବାଜ ଏବଂ ଶୁରାଙ୍କ ବିବାହ ବିଷୟରେ କଥାବାର୍ତ୍ତା କରିଲେ, ଏହି ଦମ୍ପତି ୨୪ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ବିବାହ ଅରବାଜଙ୍କ ଭଉଣୀ ଅର୍ପିତାଙ୍କ ଘରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.