ଭାଇରାଲ ହେଉଛି ଅର୍ସଦ ଓ୍ଵାର୍ସିଙ୍କ ନୂଆ ଲୁକ୍, ରେସଲର ଜନ୍ ସିନା ବି ସେୟାର କଲେ ଫଟୋ
ନିଜ ଫିଟ୍ନେସ୍ ଯୋଗୁ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତା ଅର୍ସଦ ଓ୍ଵାର୍ସି। ମୁନ୍ନା ଭାଇ ଏମ୍ବିବିଏସ୍ର ସର୍କିଟ୍ଙ୍କ ଲୁକ୍ ଏବେ ସମସ୍ତଙ୍କୁ ମତୁଆଲା କରିଛି। ଅର୍ସଦ ନିଜ ବଡିକୁ ନୂଆ ଲୁକ୍ ଦେଇ ଆହୁରି ଫିଟ୍ ହୋଇଯାଇଛନ୍ତି। ତାଙ୍କର ଏହି ଟ୍ରାନ୍ସଫର୍ମେସନକୁ ଫେମସ୍ ରେସଲର ଜନ୍ ସିନା ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। ଏଣୁ ନିଜ ଇନ୍ଷ୍ଟାଗ୍ରାମ୍ରେ ଅର୍ସଦଙ୍କ ନୂଆ ଲୁକ୍କୁ ସେୟାର କରିଛନ୍ତି ଜନ୍।
View this post on Instagram
ରେସଲର ଜନ୍ ସିନା ବଲିଉଡ୍କୁ ଖୁବ୍ ଭଲ ପାଆନ୍ତି। ଏଣୁ ସେ ପ୍ରାୟତଃ ହିନ୍ଦୀ ସିନେ ଜଗତର ଷ୍ଟାରଙ୍କ ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ନିକଟରେ ସିଦ୍ଧାର୍ଥ ଶୁକ୍ଳାଙ୍କ ନିଧନ ପରେ ବି ସେ ସିଦ୍ଧାର୍ଥଙ୍କର ଏକ ଫଟୋ ସେୟାର କରିଥିଲେ।
View this post on Instagram
ତେବେ ବର୍ତ୍ତମାନ ପୁଣିଥରେ ଫିଲ୍ମ ଜଗତର ହିଟ୍ ତାରକା ଅର୍ସଦ ଓ୍ଵାର୍ସିଙ୍କର ଏହି ନୂଆ ଫଟୋକୁ ଜନ୍ ସେୟାର କରିଛନ୍ତି। କିନ୍ତୁ ଏହି ଫଟୋରେ ସେ କିଛି ବି କ୍ୟାପସନ୍ ଦେଇ ନାହାନ୍ତି। ଅର୍ସଦଙ୍କ ଲାଟେଷ୍ଟ ଫଟୋ ଜନ୍ ସେୟାର କରିବା ପରେ ଏତେ ତାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପୋଷ୍ଟରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି। କିଛି ଲୋକ ଅର୍ସଦଙ୍କ ବଡିକୁ ଜନ୍ ସିନାଙ୍କ ବଡି ସହ ବି ତୁଳନା କରିଥିବା ଦେଖାଯାଇଛି।
View this post on Instagram
ସୂଚନାଯୋଗ୍ୟ ଯେ ଅଭିନେତା ଭାବେ ଫିଲ୍ମ ‘ତେରେ ମେରେ ସପନେ’ରେ ପ୍ରଥମେ କାମ ଆରମ୍ଭ କରିଥିଲେ ଅର୍ସଦ। ଏହା ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିଥିଲେ। କିନ୍ତୁ ମୁନ୍ନା ଭାଇ ଏମ୍ବିବିଏସ୍ ଫିଲ୍ମ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା। ଏଥିରେ ତାଙ୍କ ସର୍କିଟ୍ ଭୂମିକା ଯୋଗୁ ଲୋକେ ତାଙ୍କୁ ଚିହ୍ନିବା ଆରମ୍ଭ କରିଥିଲେ। ଏହା ପରେ ତାଙ୍କର ସବୁଠୁ ସୁପରଡୁପର ହିଟ୍ ଚଳଚ୍ଚିତ୍ର ଥିଲା ‘ଗୋଲମାଲ’। ତେବେ ବର୍ତ୍ତମାନ ଅର୍ସଦ ଓ୍ଵାର୍ସି େଓ୍ଵବ୍ ସିରିଜ୍ ‘ଅସୁର’ରେ ଦମ୍ଦାର ଅଭିନୟ କରି ଚର୍ଚ୍ଚାରେ ଅଛନ୍ତି।