ପୁଣି ଥରେ ‘ରାମ’ ସାଜିବେ ଅରୁଣ ଗୋଭିଲ୍‌ , ଅକ୍ଷୟ କୁମାରଙ୍କ ଫିଲ୍ମରେ ନଜର ଆସିବେ

୩୪ ବର୍ଷ ପୂର୍ବେ ରାମାନନ୍ଦ ସାଗରଙ୍କର ରାମାୟଣରେ ଭଗବାନ ରାମଙ୍କର ଭୂମିକାରେ ନଜର ଆସି ଘରେ ଘରେ ଲୋକପ୍ରିୟ ହୋଇ ପାରିଥିବା ଅଭିନେତା ଅରୁଣ ଗୋଭିଲ୍‌ ପୁଣି ଥରେ ସେହି ଭୂମିକାରେ ନଜର ଆସିବେ। ହେଲେ ଏହି ଥର ସେ ଟିଭିରେ ନୁହେଁ ବଡ଼ ପରଦାରେ ‘ରାମ’ ସାଜିବେ। ଏହି ଖବର ମିଳିବା ପରେ ଦର୍ଶକଙ୍କ ମନରେ ପୁଣି ଥରେ ଉତ୍ସାହ ଦେଖା ଦେଇଛି ।

ସୂଚନା ଅନୁସାରେ ଅରୁଣ ଗୋଭିଲ ବଲିଉଡରେ ଏବଂ ଛୋଟ ପରଦାରେ ଅନେକ ଭୂମିକା ଗ୍ରହଣ କରିଛନ୍ତି । କିନ୍ତୁ ଯେତେବେଳେ ସେ ରାମାୟଣରେ ଭଗବାନ ରାମ ଭୂମିକାରେ ଅଭିନୟ କରିଥିଲେ, ଦର୍ଶକମାନେ ତାଙ୍କୁ ପ୍ରକୃତ ଭଗବାନ ବୋଲି ଭାବିଥିଲେ। ତାଙ୍କର ହସ ଏବଂ ତାଙ୍କର ଶ୍ରୀରାମଙ୍କର ଭୂମିକା ​​ଲୋକଙ୍କ ମନରେ ବିଶ୍ୱାସର ପ୍ରଦୀପ ପ୍ରଜ୍ୱଳିତ କରିଥିଲା ।

ମାତ୍ର ଏହି ଥର ସେ ଟିଭିରେ ନୁହେଁ ବଡ଼ ପରଦାରେ ‘ରାମ’ ସାଜିବେ। ଅରୁଣ ଗୋଭିଲ୍‌ ଅକ୍ଷୟ କୁମାରଙ୍କ ଫିଲ୍ମ ଓଃ ମାଇଁ ଗଡ୍‌ର ସିକ୍ୱେଲରେ ପ୍ରଭୁ ଶ୍ରୀରାମଙ୍କର ରୋଲ୍‌ରେ ଅଭିନୟ କରିବେ। ଓଃ ମାଇ ଗଡ୍‌ -୨ ର ପ୍ରଡକ୍ସନ ଅଶ୍ୱିନ୍‌ ଭର୍ଦେ ଓ ଅକ୍ଷୟ କୁମାର ମିଳିତ ଭାବେ କରୁଛନ୍ତି ,ଏହାର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଅମିତ ରାୟ।

ରିପୋର୍ଟ ମୁତାବିକ, ଅକ୍ଷୟ କୁମାର ବହୁ ପୂର୍ବରୁ ହିଁ ଚାହୁଁ ଥିଲେ କି, ତାଙ୍କ ଫିଲ୍ମରେ ଅରୁଣ ଗୋଭିଲ୍‌ ହିଁ ଭଗବାନ ରାମଙ୍କ ଭୂମିକା କରିବେ। ଭଗବାନ ରାମଙ୍କ ରୋଲ୍‌ ପାଇଁ ଅରୁଣଙ୍କ ଠାରୁ ଅଧିକ ଭଲ ଚେହେରା ଦ୍ୱିତୀୟ କିଏ ହୋଇ ପାରିବେ ନାହିଁ । ଦେଶର ଲୋକ ବି ତାଙ୍କୁ ରାମଙ୍କ ଭୂମିକାରେ ପୂରା ସ୍ୱୀକାର କରି ସାରିଛନ୍ତି । କହି ରଖୁଛୁ କି ଓଃ ମାଇ ଗଡ୍‌-୨ରେ ଅକ୍ଷୟ କୁମାରଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ଓ ୟାମୀ ଗୌତମ ମଧ୍ୟ କାମ କରୁଛନ୍ତି ।

 

View this post on Instagram

 

A post shared by Arun Govil (@siyaramkijai)

ସୂଚନା ଯୋଗ୍ୟ ଅରୁଣ ଗୋଭିଲ ୧୯୭୭ ମସିହାରେ ପହେଲି ଚଳଚ୍ଚିତ୍ର ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଚଳଚ୍ଚିତ୍ରଟି ରାଜଶ୍ରୀ ପ୍ରଡକ୍ସନ୍ସର ତାରା ସିଂ ବରଜିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ତାଙ୍କୁ ଏହି ଫିଲ୍ମରେ ବଳରାମ ଭୂମିକାରେ ଦେଖିବାକୁ ମିଳିଥିଲା। କିନ୍ତୁ ଏହା ଅଧିକ ସଫଳତା ପାଇଲା ନାହିଁ ।

ସାୱାନ୍ କୋ ଆନେ ଦୋ (୧୯୭୯) – ଏହି ଚଳଚ୍ଚିତ୍ରଟି ଅରୁଣ ଗୋଭିଲ୍ଙ୍କୁ ଲୋକପ୍ରିୟ କରିଥିଲା । ୟେସୁଦାସଙ୍କ ଦ୍ୱାରା ହୋଇଥିବା ଏହି ଚଳଚ୍ଚିତ୍ରର ସମସ୍ତ ଗୀତ ସୁପର ହିଟ୍ ହୋଇଥିଲା ଏବଂ ଏହା ଏକ ମ୍ୟୁଜିକାଲ୍-ରୋମାଣ୍ଟିକ୍ ଫିଲ୍ମ ଥିଲା । ଏହି ଚଳଚ୍ଚିତ୍ର ପରେ ହିଁ ଅରୁଣ ଗୋବିଲଙ୍କ ବିଷୟରେ ମାଗାଜିନରେ କୁହାଯାଇଥିଲା ଯେ ସେ ହେଉଛନ୍ତି ‘ଆସନ୍ତାକାଲିର ଷ୍ଟାର’।

ଅଯୋଧ୍ୟା (୧୯୮୨) – ସାୱାନ୍ କୋ ଆନେ ଦୋ ସଫଳତା ପରେ ଅରୁଣ ଗୋଭିଲ୍ ଅନେକ ଚଳଚ୍ଚିତ୍ରରୁ ଅଫର୍ ପାଇଥିଲେ। ସେ ସଞ୍ଜୀବ କୁମାର ଏବଂ ମଦନ ପୁରୀଙ୍କ ସହ ଆୟ୍ୟାଶ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟିକୁ ଶକ୍ତି ସାମନ୍ତ ନିର୍ଦ୍ଦେଶନା ଦେଇଥିଲେ।

ବୃଜ ଭୂମି (୧୯୮୨) – ବୃଜ ଭାଷାରେ ନିର୍ମିତ ଏହା ପ୍ରଥମ ବଲିଉଡ ଚଳଚ୍ଚିତ୍ର ଥିଲା। ରବିନ୍ଦ୍ର ଜେନ ଏହାର ସଙ୍ଗୀତ ଦେଇଥିଲେ। ଏହି ଚଳଚ୍ଚିତ୍ରଟି ଶିବ କୁମାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ସେ ଏଥିରେ ଅଭିନୟ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଶିବ ମହିମା (୧୯୯୨ ) – ଯଦିଓ ଅରୁଣ ଗୋବିଲ ରାମ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ, କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସେ ମଧ୍ୟ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ କିରଣ ଜୁନଜା ମାତା ପାର୍ବତୀ ଭୂମିକାରେ ଥିଲେ।

ଲବ କୁଶ (୧୯୯୭) – ଅରୁଣଙ୍କ କ୍ୟାରିୟରର ଶେଷ କିଛି ଚଳଚ୍ଚିତ୍ର ମଧ୍ୟରୁ ଲୁଭ୍ କୁଶ ଅନ୍ୟତମ। ଏହା ପରେ ସେ ଚଳଚ୍ଚିତ୍ରରୁ ଏକ ବଡ଼ ବିରତି ନେଇଥିଲେ । ଲଭ୍ କୁଶଙ୍କ ପରେ ଅରୁଣଙ୍କର କୌଣସି ହିନ୍ଦୀ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଆସି ନଥିଲା। ଏଥିରେ ରାମଙ୍କ ଭୂମିକାରେ ଜିତେନ୍ଦ୍ର ଅଭିନୟ କରିଥିଲେ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର 24 ବର୍ଷ ପରେ ଅରୁଣ ଗୋଭିଲ୍ ପୁନର୍ବାର ଚଳଚ୍ଚିତ୍ର ଆଡକୁ ମୁହାଁଇଛନ୍ତି ଏବଂ ତାଙ୍କୁ ଅକ୍ଷୟ କୁମାରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରୁଥିବା ଦେଖିବାକୁ ମିଳିବ । ଏଥିସହ ପ୍ରଶଂସକମାନେ ତାଙ୍କୁ ଫିଲ୍ମରେ ରାମଙ୍କ ଅବତାରରେ ପୁଣି ଥରେ ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.