‘ଇଣ୍ଡିଆନ୍‌ ଆଇଡଲ’ ଜିତିବା ପରେ ପବନଦୀପଙ୍କୁ ଅଡି କ୍ୟୁ ୭ ଗିଫ୍ଟ କଲେ ଅରୁଣିତା, ଦେଖନ୍ତୁ ଆଉ କିଏ କିଏ କ’ଣ ଦେଲେ ଉପହାର

ସରିଛି ଇଣ୍ଡିଆନ୍‌ ଆଇଡଲର ଚଳିତ ସିଜନ୍‌। ଇଣ୍ଡିଆନ୍‌ ଆଇଡଲ ୧୨ ଜିତି ନୂଆ ରେକର୍ଡ କରିଛନ୍ତି ପବନଦୀପ ରାଜନ। ସେ ଟଙ୍କା ସହ ଟ୍ରଫି ବି ଘରକୁ ନେଇଛନ୍ତି। ପୁରସ୍କାର ଭାବେ ତାଙ୍କୁ ୨୫ ଲକ୍ଷ ଟଙ୍କା ଓ ଏକ ମାରୁତି ସୁଜୁକି ସ୍ୱିଫ୍ଟ ମିଳିଛି। ତେବେ କେବଳ ଶୋ’ରୁ ନୁହେଁ, ଅନ୍ୟ ସହ ପ୍ରତିଯୋଗୀଙ୍କ ଠାରୁ ମଧ୍ୟ ପବନଦୀପଙ୍କୁ ଅନେକ ଦାମୀ ପୁରସ୍କାର ମିଳିଛି। ଆସନ୍ତୁ ଜାଣିବା କିଏ କିଏ ପବନଦୀପଙ୍କୁ କ’ଣ କ’ଣ ଉପହାର ଦେଇଛନ୍ତି…

 

View this post on Instagram

 

A post shared by Arunita Kanjilal (@arunitakanjilal)

ଶୋ’ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ଅରୁଣିତା କାଞ୍ଜିଲାଲ ପବନଦୀପଙ୍କୁ ଏକ ଅଡିକ୍ୟୁ ୭ ଗିଫ୍ଟ ଦେଇଛନ୍ତି। ଏହି କାରର ଦାମ୍‌ ୬୯.୨୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଶୋ’ରେ ଅରୁଣିତା ଓ ପବନଦୀପଙ୍କ ମଧ୍ୟରେ ଆଫେୟାର୍ସ ଥିବା ନେଇ ଚର୍ଚ୍ଚା ହେଉଥିଲା।

କଣ୍ଟେଷ୍ଟାଣ୍ଟ ସାୟଲୀ କାମ୍ବଲେ ପବନଦୀପଙ୍କୁ ଏକ ସୁନାର ଚେନ୍‌ ଗିଫ୍ଟ କରିଛନ୍ତି, ଯାହାର ଦାମ୍‌ ୭୨,୦୦୦ ଟଙ୍କା ବୋଲି ଜଣାଯାଇଛି।

 

View this post on Instagram

 

A post shared by Arunita Kanjilal (@arunitakanjilal)


ଶୋ’ରେ ଚତୁର୍ଥ ସ୍ଥାନରେ ଥିବା ମହମ୍ମଦ ଦାନିଶ ପବନଦୀପଙ୍କୁ ଏକ ୧୪ ଲକ୍ଷ ଟଙ୍କାର ଗିଟାର ଗିଫ୍ଟ ଦେଇଛନ୍ତି।

ପ୍ରତିଯୋଗୀ ଅଞ୍ଜଲି ଗାୟକଓ୍ଵାଡ୍‌ ଇଣ୍ଡିଆନ୍‌ ଆଇଡଲର ବିଜେତାଙ୍କୁ ଏକ ପ୍ଲାଟିନମ୍‌ ବ୍ରେସ୍‌ଲେଟ୍‌ ଉପହାର ସ୍ୱରୂପ ଦେଇଛନ୍ତି, ଯାହାର ଦାମ୍‌ ୪ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.